Odisha news

ଜାତୀୟ ସ୍ୱେଛାକୃତ ରକ୍ତଦାନ ଦିବସ ଅବସରରେ ଫୁଲବାଣୀରେ ରକ୍ତଦାନ ଶିବିର

0

ଫୁଲବାଣୀ (Santosh Mishra) : ଜାତୀୟ ସ୍ୱେଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ଆଜି ଫୁଲବାଣୀ ମୁଖ୍ୟ ଚିକିସôାଳୟ ରକ୍ତଭଣ୍ଡାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଶିବିରରେ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିସôାଳୟର ଡାକ୍ତର ସୁନିଲ କୁମାର ବେହେରା ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଏଥିରେ ରକ୍ତଦାତା ତଥା ସ୍ୱେଛାସେବୀ ଭି.ଲୋକନାଥ ରାଜୁ ସହଯୋଗ କରିଥିଲେ । ଫୁଲବାଣୀ ରକ୍ତ ଭଣ୍ଡାରର ଟେକନିସିଆନ ଶରତଚନ୍ଦ୍ର ଭଟ୍ଟ,ଦିନକୃଷ୍ଣ ମହନ୍ତ,ତୁଷାରକାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଶିବିରକୁ କୋଭିଡ ନିୟମ ଅନୁସାରେ ସାମାଜିକ ଦୁରତା ବଜାୟ ରଖି ଆୟୋଜନ କରାଯାଇ ଥିବାବେଳେ ଏଥିରେ ମୋଟ ୧୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । କରୋନା ସଂକ୍ରମଣକୁ ଆଖିରେ ରଖି କନ୍ଧମାଳ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ ହୋଇ ପାରୁନଥିବାରୁ ଫୁଲବାଣୀ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । କେବଳ ଫୁଲବାଣୀର ରକ୍ତଦାତାମାନେ ସ୍ୱେଛାକୃତ ଭାବରେ ଆସି ଡାକ୍ତରଖାନାର ରୋଗୀ ମାନଙ୍କର ରକ୍ତର ଆବଶ୍ୟକତା ପୁରଣ କରୁଛନ୍ତି । ରକ୍ତଭାଣ୍ଡାରେ କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ରକ୍ତଦାତା ମାନଙ୍କର ମନରେ ମଧ୍ୟ ଭୟ ସୃଷ୍ଟି ହୋଇଛି ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରିବାକୁ । ତଥାପି ରୋଗୀଙ୍କୁ ରକ୍ତ ଯୋଗାଇ ଦେବା କାର୍ଯ୍ୟ କିଛି ସ୍ୱେଛାସେବୀଙ୍କ ସହାୟତାରେ ଜାରୀ ରହିଛି ।

Leave A Reply