ଚିକିତ୍ସ୍ୟା ପାଇଁ ଏ ଦୁଆର ସେ ଦୁଆର ହୋଇ ଶେଷରେ ଆଖି ବୁଜିଲେ କର୍କଟ ରୋଗୀ ଭାଗିରଥି : ମୃତ୍ୟୁ ବାଟ ଚାହିଁ ବସିଛନ୍ତି ପକ୍ଷାଘାତ ରୋଗୀ ତାଙ୍କ ପିତା
ଫୁଲବାଣୀ ( Santosh Mishra) : , ନିଜର କର୍କଟ ରୋଗ ପାଇଁ ଏବଂ ତାଙ୍କ ପିତାଙ୍କର ପକ୍ଷାଘାତ ରୋଗର ଚିକିସôା ପାଇଁ ସରକାରୀ ସହାୟତା ଆଶାରେ ଓ ଅପେକ୍ଷାରେ ଶେଷରେ ଆଖି ବୁଜିଲେ କର୍କଟ ପିଡ଼ିତ ଭାଗିରଥି ବେହେରା । ଏପରି ସ୍ଥିତିରେ ନିଜର ମୃତୁ୍ୟ ଅପେକ୍ଷାରେ ରହିଛନ୍ତି ତାଙ୍କର ପିତା କୁଞ୍ଜବିହାରୀ ବେହେରା । କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ସୁଡ଼ୁରୁକୁମ୍ପା ପଂଚାୟତରେ ନେଡ଼ିଗୁଡ଼ା ଗ୍ରାମର କର୍କଟ ଜଣେ ଗରିବ ନିସହାୟ କର୍କଟ ରୋଗୀ ଥିଲେ ଭାଗିରଥି । ଯେଉଁ ବୟସରେ ରୋଜଗାର କରିବା କଥା ସେହି ବୟସରେ କର୍କଟ ରୋଗ ଯୋଗୁଁ ସେ ଘରେ ପଡ଼ିରହିଥିଲେ । ତାଙ୍କ ପରିବାରର ସେ ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାବେଳେ ତାଙ୍କୁ ଏହି ଅସାଧ୍ୟ ରୋଗ ହେବାପରେ ତାଙ୍କର ରୋଜଗାରରେ ପଡିଲା ଜବନିକା ।
ତେବେ ରୋଗର ଚିକିସôା ପାଇଁ ସରକାରୀ ସହାୟତା ମିଳିବା ଅପେକ୍ଷାରେ ଏ ଦୁଆର ସେ ଦୁଆ ହୋଇ ତାଙ୍କର ଜୀବନ ଗଲା ଏବେବି ତାଙ୍କ ବାପା କୁଞ୍ଜ ବିହାରୀ ବେହେରା ପକ୍ଷାଘାତ ରୋଗରେ ପିଡ଼ିତ । ଦୀର୍ଘଦିନ ହେଲା ବାପା-ପୁଅ ରୋଗାଗ୍ରସ୍ତ ହୋଇ ଘରେ ପଡ଼ିରହିଥିବା ବେଳେ ପରିବାର ଚଳାଇବା ମଧ୍ୟ କଷ୍ଟଦାୟକ ସେମାନଙ୍କ ପାଇଁ । ଗୋଟିଏ ପଟେ ରୋଜଗାର ବନ୍ଦ ଅନ୍ୟପଟେ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ଚିନ୍ତାରେ ଉଭୟ ବାପା-ପୁଅ ସମେତ ପରିବାର ସମେସ୍ତ ଚିନ୍ତାରେ ପଡ଼ିଥିବା ବେଳେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଥମେ ଏକ ଡାକ୍ତରୀ ଦଳ ତାଙ୍କ ଘରେ ପହଂଚି କେବଳ ସେମାନଙ୍କୁ ଦେଖିଦେଇ ଚାଲି ଯାଇଥରଲେ । ହେଲେ ସେମାନଙ୍କର ସହାୟତା ପାଇଁ କୌଣସି ପ୍ରକାର ଚିକିତ୍ସା ବ୍ୟବସ୍ଥା କରିନଥିଲେ । ପରେ ଉକ୍ତ ପରିବାର ପାଖରେ ସ୍ୱେଚ୍ଛାସେବୀ ପହଂଚି ସେମାନଙ୍କୁ କିଛି ସହାୟତା ଦେବା ସହିତ ପ୍ରଶାସନକୁ ଚିକିତ୍ସା ପାଇଁ ମଧ୍ୟ ଅବଗତ କରିବା ପରେ କର୍କଟ ରୋଗରେ ପିଡ଼ିତ ଥିବା ପୁଅ ଭାଗିରଥିକୁ ପ୍ରଥମେ ଫୁଳବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ସେଠାରେ ଚିକିସôା ପାଇଁ ପ୍ରଚେଷ୍ଟ ଆରମ୍ଭ ହୋଇଥିଲା ।
ସେଠାରୁ କଟକ କ୍ୟାନସର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ କୋଭିଡ଼୍ ପରୀକ୍ଷାରେ ବିଳମ୍ବ ଯୋଗୁଁ ତାଙ୍କୁ କ୍ୟାନସର ୱାର୍ଡ଼ରେ ଭର୍ତ୍ତି କରିବାରେ ମଧ୍ୟ ବିଳମ୍ବ ଘଟିଥିଲା । ସେଠାରେ ଚିକିତ୍ସା ପାଇଁ ଅପେକ୍ଷା କରି ଜୀବନ ଚାଲିଯାଇଥିଲା ଭାଗିରଥିଙ୍କର । ପରିବାର ଲୋକେ ବହୁ କଷ୍ଟରେ ନିଜ ଖର୍ଚ୍ଚରେ ତାଙ୍କର ମୃତହେହ ଆଣିଥିଲେ ନିଜ ଗ୍ରାମକୁ । ପ୍ରଶାସନର ଅବହେଳା ଅଭିଯୋଗ କରି ଭାଗିରଥିଙ୍କ ମୃତୁ୍ୟପରେ ତାଙ୍କ ଗ୍ରାମବାସୀଙ୍କ ମଧ୍ୟରେ ଅସେନ୍ତାଷ ଦେଖାଯାଇଥିଲା ।
ପରିସ୍ଥିତି ଉତେଜନା ପୁର୍ଣ୍ଣ ହେବାରୁ ଏହି ଖବର ପାଇ ଖଜୁରିପଡ଼ା ବି.ଡି.ଓ ରବିନ୍ଦ୍ରନାଥ କହଁର , ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଓ ଅନ୍ୟମାନେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ୍ ପାଣ୍ଠିରୁ ପରିବାରକୁ ତୁରନ୍ତ ୧୦ ହଜାର ଟଙ୍କା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ତାଙ୍କର ସ୍ତ୍ରୀଙ୍କୁ ବିଧବା ଭତା ସହିତ ଝିଅକୁ ପାଠ ପଢାରେ ସହଯୋଗ ପାଇଁ ମଧ୍ୟ ଗ୍ରାମବାସୀ ମାନେ ଦାବୀ କରିବା ସହିତ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ପାଣ୍ଠିରୁ ତୁରନ୍ତ ତାଙ୍କ ପରିବାରକୁ ୨୦ ହଜାର ଟଙ୍କା ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।