Odisha news

ଫୁଲବାଣୀ : ବିଦ୍ୟୁତ୍ ଦର ବୃଦ୍ଧି ପ୍ରତ୍ୟହାର ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

0

ଫୁଲବାଣୀ (Santosh Mishra) : କରୋନା ମହାମାରି ସମୟରେ ଜୀନନ ଜୀବିକା ପାଇଁ ସମଗ୍ର ଅଂଚଳବାସୀ ଲଢେଇ କରୁଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଦର ବୃଦ୍ଦି ଏକ ଶକ୍ତ ଆଘାତ ଆଣିଦେଇଛି । ବର୍ତ୍ତମାନ ପର୍ଯ୍ରନ୍ତ ବିଭିନ୍ନ ଦୋକାନି , ‘କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିନଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଦର ଏକ ଚିନ୍ତାଜନକ କାରଣ ହୋଇଛି । ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟ ବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧିକୁ କନ୍ଧମାଳ ଜିଲା ଯୁବ କଂଗ୍ରେସ ବିରୋଧ କରି ତୁରନ୍ତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ ଆଜି ଫୁଲବାଣୀ ଠାରେ ଏକ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀମାନେ ଶୋଭାଯାତ୍ରରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା , ଶ୍ରମିକ ନେତା ଘନ ଶବର , ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର , ରଜତ ମହାନ୍ତି ,ଅନାମ ନାୟକ , ଦୁର୍ଯ୍ୟୋଧନ ପଟନାୟକ ,ସଂଶାର ଭୋଇ , ସୂର୍ଯ୍ୟକାନ୍ତ ଦାସ ,ନନ୍ଦ କିଶୋର ଦାସ ,ଅଶୋକ ସାସନୀ ,କାମ ବେହେରା ,ଗୌର ଚରଣ ବେହେରା , ଶିବ ଶଙ୍କର ବେହେରା , ବଳଦେବ ବେହେରା , ମନିସା ବେହେରା , ହୃସି ବେହେରା , ସଂଜିତ୍ ବେହେରା , ସଂଜୟ କୁମାର ଭଂଜ , ଶିବାନି କହଁର ଓ ଅନ୍ୟମାନେ ବିକ୍ଷୋଭ ବେଳେ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply