Odisha news

୨୧ ଥର ଆଧାରକାର୍ଡ ପାଇଁ ଫୋଟ ଉଠାଇବା ଘଟଣା : ଅଭିଯୋଗ ହୋଇଥିଲେ ହେଁ ସ୍ଥାୟୀ ଲୋକ ଅଦାଲତରେ ହୋଇନାହିଁ ମାମଲା

0

ଫୁଲବାଣୀ (ସନ୍ତୋଷ ମିଶ୍ର ) କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ଅନ୍ତର୍ଗତ ଖେତାପାଜୁ ଗ୍ରାମର ଜୀତେନ୍ଦ୍ର କୁମାର ସେଠୀ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ଆଧାର କାର୍ଡ ପାଇଁ ବାରମ୍ବାର ଫୋଟ ଉଠାଇବା ସହିତ ସେମାନଙ୍କର ଆବଶ୍ୟକୀୟ ତଥ୍ୟ ଦେବାପରେ ମଧ୍ୟ ତାଙ୍କର ଆଧଯାର କାର୍ଡ ହୋଇନଥିଲା ।

ଏପରିକି ସେମାନେ ବାରମ୍ବାର ବିଭିନ୍ନ ଆଧାରକାର୍ଡ କେନ୍ଦ୍ରରେ ୨୧ ଥର ସପରିବାର ଫୋଟ ଉଠାଇବା ସହିତ ସେମାନେ ସେମାନଙ୍କୁ ଆବଶ୍ୟକୀୟ ତଥ୍ୟ ଦେଇଥିଲେ । ସେଥିରେ ମଧ୍ୟ ତାଙ୍କର ଆଧାର କାର୍ଡ ହୋଇ ନଥିବାରୁ ସେ ଦେଶର ପ୍ରଧାନ ମନ୍ତ୍ରୀଙ୍କ ନାମରେ ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତରେ ଏହି ସଂକ୍ରାନ୍ତରେ ଅଭିଯୋଗ କରିଥିବା ଗଣମାଧ୍ୟମ ଆଗରେ କହିଥିଲେ ।

ତେବେ କରୋନା ସଂକ୍ରମଣରେ ଫୁଲବାଣୀ କୋର୍ଟର କିଛି କର୍ମଚାରୀ ଓ ଆଇନଜୀବି ସଂକ୍ରମିତ ହେବାପରେ କୋର୍ଟ ଅଂଚଳକୁ କଣ୍ଟନେମେଣ୍ଟ ଜୋନ ଭାବରେ ଜିଲ୍ଲା ପ୍ରଶାସସନ ତରଫରୁ ଘୋଷଣା କରାଯିବା ସହିତ କୋର୍ଟର ପରିସରକୁ ଆବଦ୍ଧ କରାଯାଇଥିଲା । ସେହି ଅଂଚଳକୁ ନିଶେଧାଂଚଳ ଭାବରେ ବନ୍ଦ କରାଯାଇଥିବାରୁ କୋର୍ଟରେ ମାମଲା ସମ୍ପକରେ ତଥ୍ୟ ସଂଗ୍ରହ କରାଯାଇ ପାରିନଥିଲା । ତେବେ ଏହି ସଂକ୍ରାନ୍ତରେ ଅଦଲତ ପକ୍ଷରୁ ସୁଚନ ମିଳିବାପରେ ଜଣାପଡିଛି କି ଜୀତେନ୍ଦ୍ର ସେଠୀଙ୍କ କହିବା ମୁତାବକ ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି ମାମଲା ରୁଜ୍ଜୁ ହୋଇନାହିଁ ।

Leave A Reply