Odisha news

କନ୍ଧମାଳ ଜିଲ୍ଲା କଳିଙ୍ଗାଠାରେ ଜାତୀୟ ପୋଷଣ ମାସ ପାଳିତ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲା, କଳିଙ୍ଗା ଅନ୍ତର୍ଗତ ମାହାନାଜୁଠାରେ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଓସାସ୍କ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳିଙ୍ଗାର ସରପଂଚ ରେବେକା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସୁସ୍ଥ ଓ ସବଳ ରହିବାକୁ ହେଲେ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିବ । ଏଥିପାଇଁ ଆମେମାନେ ଆମ ବାଡ଼ିବଗିଚାର ଉପଯୁକ୍ତ ବିନିଯୋଗ କରିପାରିବ । ଆମ ବାଡ଼ିବଗିଚାରେ ଅମୃତଭଣ୍ଡା, ସଜନା, ପନିପରିବା, କଦଳୀ, ବିଭିନ୍ନ ଶାଗ ଗଛ ଲଗାଇଲେ ଆମେ ପ୍ରଚୂର ପରିମାଣରେ ସୁଷମ ଖାଦ୍ୟ ପାଇପାରିବ ।

ସେହିପରି ମାଣ୍ଡିଆ ଜାତୀୟ ଶସ୍ୟ, ପାଚିଲା ଫଳମୂଳ, ସବୁଜ ପନିପରିବାରେ ଭିଟାମିନ୍ ଭରପୂର ରହିଥିବାରୁ ଏଗୁଡ଼ିକୁ ଖାଇଲେ ଆମ ଶରୀର ହୃଷ୍ଟପୃଷ୍ଟ ହେବା ସହ ଆମକୁ ଆଉ ଭିଟାମିନ୍ ଔଷଧ ଖାଇବାକୁ ପଡ଼ିବନି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରସିଂ ନାୟକ, ପୂର୍ବତନ ୱାର୍ଡ ସଭ୍ୟ ସୁରେନ୍ଦ୍ର ପ୍ରଧାନ, ଅଙ୍ଗନୱାଡ଼ି କର୍ମୀ ଅଧିରାଦେଇ ପ୍ରଧାନ ଓ ଆଶା କର୍ମୀ ମାମି ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ବାଡ଼ିବଗିଚାର ଫାଇଦା ସମ୍ପର୍କରେ ଆଲୋଚନା କରିଥିଲେ ।

ପୋଷଣଯୁକ୍ତ ଖାଦ୍ୟ ଖାଇବାର ମହତ୍ୱ ସମ୍ପର୍କରେ ବୁଝାଯିବା ସହ ଗର୍ଭବତୀ ମା’, କିଶୋରୀ ବାଳିକା, ବରିଷ୍ଠ ନାଗରିକ, ଛୋଟ ଶିଶୁ ପ୍ରଭୃତିଙ୍କୁ ଅଧିକ ଯନô ନେବା ସହ ଏମାନଙ୍କୁ ପ୍ରଚୂର ପରିମାଣରେ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଦେବାକୁ ଅନୁରୋଧ କରାଯାଇଥିଲା । ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତେଲ ଓ ଘିଅ ଉପଯୁକ୍ତ ପରିମାଣରେ ପକାଇ ଖାଇବା ସମ୍ପର୍କରେ ମଧ୍ୟ ବୁଝାଯାଇଥିଲା । ସେହିପରି ଆମର ଜାତୀୟ ପତାକା ତି୍ରରଙ୍ଗାର ତିନୋଟି ରଙ୍ଗ ଯେପରି ନାରଙ୍ଗୀ ଅର୍ଥାତ୍ ବିଭିନ୍ନ ପାଚିଲା ଫଳ, ଧଳା ଅର୍ଥାତ୍ କ୍ଷୀର, ଅଣ୍ଡା ଓ ସବୁଜ ଅର୍ଥାତ୍ ତଟକା ସବୁଜ ପନିପରିବା, ଶାଗ ଭଳି ଖାଦ୍ୟ ପ୍ରଚୂର ପରିମାଣରେ ଖାଇବାକୁ ଅନୁରୋଧ କରାଯାଇଥିଲା ।

ଏହି ଅବସରରେ ସ୍ଥାନୀୟ ସରପଂଚଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ସ୍ୱାତୀର କର୍ମୀ ଅଶୋକ କୁମାର ତି୍ରପାଠୀ ବର୍ତମାନ ସ୍ୱାତୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସମ୍ପ୍ରତି ମହାମାରୀ କୋରୋନା ସହ ଉପଯୁକ୍ତ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱାତୀର କର୍ମୀ ଅଶୋକ କୁମାର ତି୍ରପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କର୍ମୀ ମମତା ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶୁଭଲକ୍ଷ୍ମୀ ପ୍ରଧାନ ଧନ୍ୟବାନ ଅର୍ପଣ କରିଥିଲେ । ଏହି ଅବସରରେ ପୋଷଣ ସମ୍ପର୍କିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା ।

 

Leave A Reply