Odisha news

ଶଙ୍କଟ ସମୟରେ ଅର୍ଥ ଚିନ୍ତା : ଆଡ଼ମିଶନ୍ ଫିଜ୍ ହ୍ରାସ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

0

ଫୁଲବାଣୀ (ସନ୍ତୋଷ ମିଶ୍ର ), କରୋନା ଶଙ୍କଟ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କର ଅଭିଭାବକ ମାନଙ୍କର ଆଡମିଶନ ଫିସ ଚିନ୍ତା ଗୋଟିଏ ପଟରେ ପିଲାମାନଙ୍କର ଭବିଷ୍ୟତ ପାଇଁ ସ୍କୁଲରେ ଫିସ ଜମା କରିବାକୁବିଦ୍ୟାଳୟ କର୍ତୃପକ୍ଷଙ୍କ ବାରମ୍ବାର ମୋବାଇଲ ଓ ବିଭିନ୍ନ ମାଧ୍ୟମରେ ମେସେଜା ଅନ୍ୟ ପକ୍ଷରେ କୋଭିଡ ପାଇଁ ଅର୍ଥିଭାବର ପରିସ୍ଥିତି ।

ଏଭଳି ସ୍ଥଳେ ରି ଆଡ଼ମିଶନ୍ ପାଇଁ ଫିଜ୍ ହ୍ରାସ କରିବାକୁ ଦାବି କରି ଆଜି ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ୍ ର ଛାତ୍ରଛାତ୍ରୀ ମାନେ ଲିଖିତ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  ଟିକାବାଲି ସ୍ଥିତ ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟର ସ୍ନାତକ କଳା ଓ ବିଜ୍ଞାନର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ଲିଖିତ ଭାବେ ଦେଇଥିବା ଦାବିପତ୍ର ଅନୁସାରେ , କରୋନା ମହାମାରି ଯୋଗୁଁ ଗ୍ରାମାଂଚଳରଞ୍ଚ ଛାତ୍ରଛାତ୍ରୀ ମାନଙ୍କର ପରିବାରବର୍ଗ ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ପଡିଛି ।

ତେବେ ଏହି ଶଙ୍କଟ ସମୟରେ ମହାବିଦ୍ୟାଳୟ କର୍ତୃପକ୍ଷ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦାବି କରିଛନ୍ତି । ରି ଆଡ଼ମିଶନ୍ ବାବଦରେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ଅର୍ଥ ଦାବି କରିିବା ମଧ୍ୟ ସମସ୍ତଙ୍କୁ ଚକିତ କରିଛି ।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ମାନଙ୍କର ରି ଆଡ଼ମିଶନ୍ ଫିଜ୍ ହ୍ରାସ କରିବା ସହିତ ଛାତ୍ରଛାତ୍ରୀ ମାନେ ସେମାନଙ୍କର ସକ୍ଷମ ମୁମତାବ କ ଫିଜ୍ ଧାର୍ଯ୍ୟ କରିବା ନିବେଦନ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟର ରାହୁଲ୍ ପ୍ରଧାନ ,ରାକେଶ ମିଶ୍ର , ଶରତ ନାୟକ , କୁମୁଦିନି କହଁରଙ୍କ ଭଳି ବହୁ ଛାତ୍ରଛାତ୍ରୀ ଦସ୍ତଖତ ସମ୍ମଳିତ ଏକ ଦାବିପତ୍ର ଅଧ୍ୟକ୍ଷକୁ ପ୍ରଦାନ କରିଥିବା ପ୍ରକାଶ ।

Leave A Reply