ନୂଆଦିଲ୍ଲୀ : ଡେଲି ମେଲ ର ସୂଚନା ଅନୁସାରେ ବ୍ରାଜିଲ ର ୫୪ ବର୍ଷୀୟ ଜଣେ ବ୍ୟକ୍ତି ଡାକ୍ତରଙ୍କ ନିକଟରେ ପେଟ ଯନ୍ତ୍ରଣା ହେଉଛି କହି ଯାଇଥିଲେ l ଏହାପରେ ଡାକ୍ତର ମାନେ ସେଠାରେ ତାଙ୍କର ଏକ୍ସରେ କରାଇ ଥିଲେ l କିନ୍ତୁ ଏକ୍ସରେ ହେବା ପରେ ଯାହା ଜଣା ପଡିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ l ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟ ରେ ଗୋଟିଏ ୨୦ ସେମି ର ଲମ୍ବ ର ଡମ୍ବଲ ପଶିଚି l ଯାହାକି ୨କିଲୋ ପାଖାପାଖି ହେବ l
ମିଳିଥିବା ସୂଚନା ଅନୁସାରେ ନିଜ ପ୍ରାଇଭେଟ ପାର୍ଟ ରେ ପୁରାଇଥିବା ଡମ୍ବଲ କୁ ବାହାର କରିବାକୁ ଚେଷ୍ଟା କରିଥିଲେ l କିନ୍ତୁ ଯେତେବେଳେ ସେ ସଫଳ ହୋଇ ନଥିଲେ ଡାକ୍ତରଙ୍କ ନିକଟରେ ପହଞ୍ଚିଥିଲେ l ଗୋଟିଏ ଡାକ୍ତରୀ ଦଳ ମାନୁଆଲି ଏହାକୁ ତାଙ୍କ ଶରୀରରୁ ବାହାର କରିଥିଲେ l ଡାକ୍ତର ମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ ସମ୍ଭୋଗ ସୁଖ ପାଇଁ ସେ ଏପରି ପଦକ୍ଷେପ ନେଇଥିଲେ l କିଛିଦିନ ଡାକ୍ତରଖାନା ରେ ବ୍ୟକ୍ତି ଜଣଙ୍କ ରହି ଡିସ୍ଚାର୍ଜ ହୋଇଥିଲେ l ଡାକ୍ତରମାନେ ସୂଚନା ଦେଇଛନ୍ତି ଯେ ଏହି ଡମ୍ବଲ କୁ ଶୀଘ୍ର ବାହାର କରାଯାଇ ନଥାନ୍ତା ତେବେ ସ୍ତିତି ଅସମ୍ଭାଳ ହୋଇ ଥାଆନ୍ତା l