ବୁଗୁଡ଼ା – ୨୧/୦୫/ ବୁଗୁଡ଼ା ବଜାରରେ ମାନୁନାହାନ୍ତି ଅମାନିଆ ଲୋକ। ସରକାରଙ୍କ ସଟ୍ ଡାଉନ ଘୋଷଣା କୁ ବେଖାତିର ଫୁ। ସନ୍ଧ୍ୟା ୭ ଟାରୁ ସକାଳ ୭ଟା ଯାଏଁ ବୁଗୁଡ଼ା ତଥା ଗଞ୍ଜାମ ଜିଲ୍ଲାରେ ସଟ୍ ଡାଉନ ଘୋଷଣା କରାଯାଇଛି। ସେହିଭଳି ବ୍ୟବସାୟିକ କଟକଣା ମଧ୍ୟରେ ସକାଳ ସାତଟାରୁ ଦିନ ସାଢେ ୧୧ଟା ଯାଏଁ ଦୋକାନ ବଜାର ଖୋଲା ରଖାଯିବ ବୋଲି ସୁବିଧା ଦିଆଯାଇଛି। ଅଥଚ ରାତି ଚାରିଟା ରୁ ଆରମ୍ଭ ହୋଇଯାଉଛି ବୁଗୁଡ଼ା ବଜାରରେ ଜନଗହଳି।
କ୍ରେତା ମାନେ ମାନୁନାହାନ୍ତି ସାମାଜିକ ଦୂରତ୍ୱ। ଠେଲା ପେଲା ଜିନିଷ କିଣାବିକା ଚାଲୁଥିବା ବେଳେ ଘୁମେଇ ପଡିଛି ପ୍ରଶାସନ। ବୁଗୁଡ଼ା ଟାଉନ ର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ସଙ୍ଗରୋଧ କେନ୍ଦ୍ର ରୂପେ ଏବେ ବ୍ୟବହାର କରାଯାଉଛି। ଶହ ଶହ ପ୍ରବାସୀ ଓଡିଆ ଟାଉନ ଭିତରେ ଥିବା କେନ୍ଦ୍ର ଗୁଡିକରେ ରହୁଛନ୍ତି।
ଏହି ପ୍ରବାସୀ ମାନେ ଜମା ମାନୁନାହାନ୍ତି ଶୃଙ୍ଖଳା। ସେମାନେ କାହା କଥା ନ ମାନି କେନ୍ଦ୍ରରୁ ସିଧା ଚାଲି ଆସୁଛନ୍ତି ବଜାରକୁ ଓ ବିଭିନ୍ନ କିଣାବିକା ସାରି ଫେରୁଛନ୍ତି କେନ୍ଦ୍ରକୁ। ଏଭଳି ସମସ୍ୟା ଭିତରେ ବୁଗୁଡ଼ା ବଜାରରେ ସାମାଜିକ ଦୂରତ୍ୱ ପ୍ରତି ଓ ସଟ୍ ଡାଉନ ପ୍ରତି ଗୁରୁତ୍ବ ଦିଆ ନ ଯିବା ବିପଦଜନକ ହୋଇପାରେ ବୋଲି ବିଭିନ୍ନ ସ୍ତରରେ ଆଶଙ୍କା କରାଯାଉଛି। ରାତି ଚାରିଟାରୁ ବଜାର ଭିତରେ ଅଟୋ, ପିକ୍ଅପ୍ ପଟାରିକ୍ସା ପ୍ରଭୃତିର ଖଚାଖଚଭିତ କୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିପାରିବ ନାହିଁ।
ଅରବିନ୍ଦ ନଗର ପ୍ରଥମ ଲେନ୍ ରେ ଏହି ସମସ୍ୟା ସାହିବାସୀନ୍ଦାଙ୍କୁ ଅତିଷ୍ଠ କରିଦେଲାଣି। ସାହିର ପ୍ରତ୍ୟେକ ଘର ଆଗରେ ଡାଲା ଅଟୋ, ଅଟୋ, ପଟା ରିକ୍ସା, ବାଇକ ଏଭଳି ବିଶୃଙ୍ଖଳିତ ଭାବେ ଥାଉଛି ସାହିଲୋକ ନିଜ ଗ୍ରୀଲ ଖୋଲି ପାରୁନାହାନ୍ତି। ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।