ଭୁବନେଶ୍ୱର, ୦୧ ଅକ୍ଟୋବର – ଉତରପ୍ରଦେଶର ହାଥରସ୍ ଦଳିତ ନାବାଳିକା ମନିଷା ବାଲ୍ମିକିକୁ ଗଣଦୁର୍ଷ୍କମ ଘଟଣାରେ ଅଖିଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ତାଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ଉତରପ୍ରଦେଶ ପୋଲିସର ତାଙ୍କ ପ୍ରତି ଅଶାଳୀନ ବ୍ୟବହାର ଓ ବର୍ବୋରୋଚିତ ଆକ୍ରମଣକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା ଉତରପ୍ରଦେଶର ଯୋଗୀ ସରକାରଙ୍କ ହୀନ ମାନସିକତାର ଚରମ ଅମାନବିୟତାର ଜ୍ୱଳନ୍ତ ଉଦାହରଣ ଏବଂ ଏହା ଦୁଃଖଦାୟକ ଓ ଗଣତନ୍ତ୍ର ବିରୋଧି । ଗଣତନ୍ତ୍ରର ମୂଲ୍ୟବୋଧ ଓ ସମ୍ବିଧାନକୁ ଅସମ୍ମାନ ପ୍ରତି ଏହା ଚରମ କୁଠାରଘାତ । ଅବିଳମ୍ବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦିଅନ୍ତୁ । ଏଭଳି କ୍ରୁର ଘଟଣା ଭାରତବର୍ଷର ଗଣତନ୍ତ୍ରର ମୂଲ୍ୟବୋଧ ଓ ରାଜନୈତିକ ସମସ୍ତ ଶାଳିନତାକୁ କ୍ଷୂର୍ଣ୍ଣ କରିଥିବାରୁ କଂଗ୍ରେସ ଦଳ ତରଫରୁ ଘଟଣାର ତ୍ରୀବ ନିନ୍ଦା ଓ ଘୋର ପ୍ରତିବାଦ କରାଯାଉଛି ବୋଲି ସେକହିଛନ୍ତି ।