Odisha news

ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

0

ପଟ୍ଟାମୁଣ୍ଡାଇ ତା୪.୧୦- ଓଡିଶା ରାଜନୀତିର ଅନ୍ୟତମ ମହାରଥୀ, ନିର୍ଭିକ ସ୍ପଷ୍ଟବାଦୀ ରାଜନେତା, ପୂର୍ବତନମନ୍ତ୍ରୀ ଓ ବର୍ତମାନ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ଆଳି ବିଧାୟକ ପୂର୍ବତନମନ୍ତ୍ରୀ ପ୍ରତାପକେଶରୀ ଦେବ, କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତଃ ମହାରଥୀ କେନ୍ଦ୍ରାପଡା ଜିଲ୍ଲାର ବିକାଶ ସହ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଜଡିତ ଜିଲ୍ଲା ସହ ଭାବଗତ ସଂପର୍କ ସ୍ଥାପନ କରିଥିଲେ । କେନ୍ଦ୍ରାପଡା,ଆଳି ଓ ରାଜନଗର ନିର୍ବାଚନମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ସମସ୍ୟା ସମାଧାନ କରି ଅଚଂଳବାସୀଙ୍କ ମଧ୍ୟରେ ନିଆରା ପରିଚୟ ସୃଷ୍ଟି କରିଥିଲେ ବୋଲି ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ଉପାଧ୍ୟକ୍ଷ ସୁଶାନ୍ତ ଦାସ, ପ୍ରାକ୍ତନ ପୌରାଧ୍ୟକ୍ଷା ବୈଜୟନ୍ତୀମାଳା ଲେଙ୍କା ଓ ହେମନ୍ତ ସାହୁ, ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଭୋଳାନାଥ ପାଢୀ, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣସଂପାଦିକା ରିଜୁୱାନା ବେଗମ, ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ, ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ଅକ୍ଷୟ ସାହୁ, ବ୍ଲକ ଯୁବିଜେଡି ସଭାପତି ରଞନ ବିଶ୍ୱାଳ, ମହିଳା ବିଜେଡି ସଭାପତି ଜୟନ୍ତୀ ସ୍ୱାଇଁ,ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ ଓ ସାରଥୀ ଦାଶ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୂର୍ଗାଶୀଷ ମହାନ୍ତି, ରାଜ୍ୟ ବିଜୁ ସାମ୍ମୁଖ୍ୟ ସଂପାଦକ ଡା. ଗଦାଧର ମଲ୍ଲିକ, ରାଧାରମଣ ମଠ ମହନ୍ତ ଅସୀମାନନ୍ଦ ଦାସ ମହାରାଜ, ନାଟ୍ୟକାର ଅଧ୍ୟାପକ ଗୋଲକ ମହାରଣା, ବରିଷ୍ଠନେତା ପ୍ରଦୁ୍ୟମ୍ନ ସାମନ୍ତରାୟ, ବ୍ଲକ ବିଜେଡି ସାଧାରଣସଂପାଦକ କଳାକର ପ୍ରଧାନ, ଯୁବନେତା ବୁଢା ଲେଙ୍କା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧନୁର୍ଜ୍ଜୟ ସ୍ୱାଇଁ, ବରିଷ୍ଠ ସମିତିସଭ୍ୟ ଶ୍ରୀକାନ୍ତ ସାହୁ, ଜିଲ୍ଲା ବିଜେଡି ଦଳିତ ସେଲ ସଭାପତି ବାରେଣୀ ସେଠୀ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଂପାଦକ ଗୋପିନାଥ ତ୍ରିପାଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ମହାରଥୀଙ୍କ ବିୟୋଗ ଓଡିଶା ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମତପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply