Odisha news

ଡ୍ରାଇଭରଙ୍କୁ ବାନ୍ଧି କାର ଅପହରଣ ଘଟଣାର ପର୍ଦ୍ଦାଫାସ ; ପଟ୍ଟାମୁଣ୍ଡାଇ ଥାନାରେ ୩ ଅଟକ

0

ପଟ୍ଟାମୁଣ୍ଡାଇ : ଡ୍ରାଇଭରକୁ କାର ଡିକି ମଧ୍ୟରେ ବାନ୍ଧି ଗାଡି ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ପଟ୍ଟାମୁଣ୍ଡାଇ ପୋଲିସ । ଏହି ମାମଲାରେ ଅପହୃତ ଡ୍ରାଇଭର ସମେତ ଅଭିଯୁକ୍ତ ୪ ଜଣ ମଧ୍ୟରୁ ୩ଜଣଙ୍କୁ ଅଟକ ରଖି ପଟ୍ଟାମୁଣ୍ଡାଇ ପୋଲିସ ମାମଲାର ଛାନଭିନ ଚଳାଇଛି । ପ୍ରକାଶ ଯେ ଭୂବନେଶ୍ୱରରୁ ଏକ କାର ନଂ.- ଓଡି୩୩ଏକ୍ସ-୧୦୬୮ ଭଡା ନେଇ ୪ଜଣ ଲୋକ ରାଜନଗର ଅଭିମୁଖେ ଯାଉଥିବାବେଳେ ବାଟରେ ଡ୍ରାଇଭରକୁ ଭୟଭୀତ କରି ହାତଗୋଡ ବାନ୍ଧି କାର ଡିକିରେ ପକାଇ ଦେଇ ଗାଡି ଅପହରଣ କରିବାର ଯୋଜନା କରାଯାଇଥିଲା ।

ମାତ୍ର ପଟ୍ଟାମୁଣ୍ଡାଇ ବଜାର ମଧ୍ୟରେ ଟ୍ରାଫିକ ଜାମ ଥିବାରୁ କାର ରହିଯାଇଥିବାବେଳେ କୌଶଳ କରି ଡିକିରେ ବନ୍ଧା ହୋଇ ରହିଥିବା ଡ୍ରାଇଭର ଜଣକ କାର ମଧ୍ୟରୁ ବାହାରି ପଦାକୁ ଆସି ଯିବାରୁ ତାକୁ ପୁନଃରାୟ ଧରି କାର ମଧ୍ୟକୁ ଜୋରଜବରଦସ୍ତ ନେବାରୁ ସେ ଚିକôାର କରିଥିଲେ । ଏହା ଶୁଣି ଲୋକମାନେ ଜମିବାରୁ ମେଡିକାଲକୁ ନିଆଯାଇଥିବା ପ୍ରକାଶ କରିଥିଲେ ।

ଖବର ପାଇ ପୋଲିସ ଆସିଯିବାରୁ ଅଭିଯୁକ୍ତମାନେ ବଜାର ମଧ୍ୟକୁ ତନୁପୁର ବାଇପାସ ରାସ୍ତାରେ ଦୌଡି ଯାଇ ପୋଲ ତଳେ ଥିବା ପଙ୍କ କାଦୁଅ ଭରା ଜଙ୍ଗଲିଆ ଜାଗାରେ ଲୁଚି ଯାଇଥିଲେ । ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ବହୁ ପରିଶ୍ରମ କରି ୪ଜଣଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରି ଡ୍ରାଇଭର ସହିତ ଥାନାକୁ ଆଣୁ ସମୁଦାୟ ମାମଲା ତଦନ୍ତ ଚଳାଇଛନ୍ତି । ଅପହୃତ ଡ୍ରାଇବରର ଚିକିସôା କରାଯାଉଛି ।

ଏଥି ସହିତ ଅପହୃତ କାର ମାଲିକଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି । ଅପହୃତ ଡ୍ରାଇଭରର ଏତଲା ଭିତିରେ ପୋଲିସ ତଦନ୍ତ ପ୍ରକ୍ରିୟା ଆଗେଇବ ବୋଲି ଅନୁମାନ କରାଯାଇଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୋଲିସ ମୋକଦ୍ଦମା ରୁଜୁ କରିନଥରାବରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ପୋଲିସ ତଦନ୍ତରେ ବ୍ୟାହତ ହେବା ଆଶଙ୍କା କରି ସବିଶେଷ ତଥ୍ୟ ପ୍ରଦାନ କରିନାହିଁ । ଆସନ୍ତାକାଲି ଥାନାକୁ କେନ୍ଦ୍ରାପଡା ଏସପି ମାମଲାର ଛାନଭିନ କରିବା ପରେ ଚିତ୍ର ସ୍ପଷ୍ଟ ଆଶା କରାଯାଉଛି ।

Leave A Reply