Odisha news

ଅରଡପଲ୍ଲୀ ହତ୍ୟାକାଣ୍ଡର ତନାଘନା ତଦନ୍ତ, ଘଟଣାସ୍ଥଳରେ ଏସ.ପି ଓ ଡଗସ୍କ୍ୱାଡ

0

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଅରଡପଲ୍ଲୀ ଗାଁରେ ଟଙ୍କା ଓ ସୁନା ପାଇଁ ଘଟିଥିବା ବହୁ ଚର୍ଚିତ ହତ୍ୟାକାଣ୍ଡର ତନାଘନା ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପହଁଚିଛନ୍ତି କେନ୍ଦ୍ରାପଡା ଏସ.ପି ଓ ଡଗସ୍କ୍ୱାର୍ଡ । ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ଗୁରୁତର ସହ ନେଇଛି ପୋଲିସ ପ୍ରଶାସନ । ଖୋଦ ଏସ.ପି ନୀତିଶେଖର ତଦନ୍ତ ନେତୃତ୍ୱ ନେଇଛନ୍ତି । ଗତ ୧୭ ତାରିଖରେ ଅରଡପଲ୍ଲୀ ଗାଁରେ ଟଙ୍କା, ସୁନା ପାଇଁ ମିନତୀ ଜେନା ନାମ୍ନି ଜନୈକା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଅତ୍ୟନ୍ତ ମୁମୂର୍ଷ ଅବସ୍ଥାରେ କେନ୍ଦ୍ରାପଡା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଏସ.ପିଙ୍କ ସହିତ ଏସଡିପିଓ ରଞନ କୁମାର ଦେ, ଆଇଆଇସି ରାକେଶ ତ୍ରିପାଠୀ ପ୍ରମୁଖ ଡଗସ୍କ୍ୱାଡ ସହିତ ଘଟଣାସ୍ଥଳକୁ ଯାଇ ଛାନଭିନ ଚଳାଇଛି । ପଟ୍ଟାମୁଣ୍ଡାଇ ପୋଲିସ ଏହି ମାମଲାରେ ୪/୫ଙ୍କୁ ସନେ୍ଦହରେ ଧରି ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଖୁବଶିଘ୍ର ଏହି ମାମାଲାର ପର୍ଦ୍ଦାଫାସ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହି ଘଟଣା ସମଗ୍ର ଅଚଂଳରେ ଚାଚଂଲ୍ୟ ସୃଷ୍ଟି କରିଛି ।

Leave A Reply