ପଟ୍ଟାମୁଣ୍ଡାଇ : ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମିଞାଉଣୀର ଯୁବକଙ୍କ ସହ ଫେସବୁକ ମାଧ୍ୟମରେ ପରିଚୟ ହୋଇଥିଲା । ତେବେ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହାପରେ ଉଭୟ ଶାରିରୀକ ସମ୍ପର୍କ ରଖିଥିଲେ । ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ଗର୍ଭବତୀ ମଧ୍ୟ ହୋଇଥିଲେ । କିନ୍ତୁ ସଂପୃକ୍ତ ଯୁବକ ଯୁବତୀଙ୍କୁ ଜୋର ଜବରଦସ୍ତ ଓøଷଧ ଦେଇ ଗର୍ଭପାତ କରାଇ ଦେଇଥିଲେ ।
ପରେ ଯୁବତୀ ଜଣକୁ ବାହା ହେବାକୁ କହି ସଂପୃକ୍ତ ଯୁବକ ନିଜ ଗାଁକୁ ନେଇଯାଇଥିଲେ । ଆଉ ସେଠାରେ ଯୁବତୀଙ୍କୁ ମାଡ ମାରିବା ସହିତ ମାରିଦେବାକୁ ଉଦ୍ୟମ କରିଥିବା ଯୁବତୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି । ଯୁବତୀ ଜଣକ ଏ ସଂପର୍କରେ ପଟ୍ଟାମୁଣ୍ଡାଇ ପୋଲିସକୁ ଫୋନ ଯୋଗେ କହିବାରୁ ପଟ୍ଟାମୁଣ୍ଡାଇ ପୋଲିସ ଯୁବତୀଙ୍କୁ ସଂପୃକ୍ତ ଯୁବକଙ୍କ ଘରୁ ଉଦ୍ଧାର କରିଥିଲେ । ଏହା ସହ ଯୁବତୀଙ୍କ ଏତଲାକୁ ଭିତି କରି ୩୦୭/୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସଂପୃକ୍ତ ଯୁବକଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।