ପଟ୍ଟାମୁଣ୍ଡାଇ : ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ବ୍ରାହ୍ମଣୀ , ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ବ୍ୟାପକ ଅଚଂଳ ଜଳମଗ୍ନ ହୋଇପଡିଛି । ଏହି ବ୍ଲକର ସବୁଠୁ ଦୁର୍ଗମ ଅଚଂଳ ଭାବେ ପରିଚିତ ସିଂହଗାଁ ବାହ୍ୟ ଜଗତରୁ ବିଭିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ସିଂହଗାଁ, ନୀଳକଣ୍ଠପୁର, ବାଛରା, ବାଲିପାଟଣା, ଶାସନ, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର ଆଦି ପଚାଂୟତ ବ୍ୟାପକ ଅଚଂଳ ଜଳମଗ୍ନ ହୋଇପଡିବା ସହିତ ଚାଷଜମି ଗୁଡିକ ବନ୍ୟାଝଳରେ ବୁଡିରହିଛି । ସିଂହଗାଁ ପଚାଂୟତର ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି ।
ମହାମାରୀ କରୋନା ଯୋଗୁଁ ଲୋକମାନେ ଗୃହବନ୍ଦୀ ହୋଇପଡିଥିବାବେଳେ ବନ୍ୟା ଯୋଗୁଁ ବସ୍ତୁତଃ ଜଳବନ୍ଦୀ ହୋଇପଡିଛନ୍ତି । ବର୍ଷା ଲାଗି ରହିଥିବାରୁ ବନ୍ୟା ପ୍ରକୋପ ଦିନକୁ ଦିନ ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ନଦୀକୂଳବର୍ତୀ ଗ୍ରାମର ଲୋକମାନେ ଭୟ ଓ ଆଶଙ୍କା ମଧ୍ୟରେ ଜୀବନ ବିତାଉଛନ୍ତି । ନଦୀବନ୍ଧର ଅବସ୍ଥା ବିଭିନ୍ନ ସ୍ଥାନରେ ଦୁର୍ବଳ ଥିବାରୁ ପ୍ରଶାସନ ତତ୍ପର ରହିବା ଜରୁରୀ ହୋଇପଡିଛି ।
ବନ୍ୟାଚଂଳରେ ଥିବା ପଚାଂୟତ ଗୋଦାମ ଘରେ ଖାଦ୍ୟଶସ୍ୟ ମହଜୁଦ କରିବା ଆବଶ୍ୟକତା ଦେଖା ଦେଇଛି । ବର୍ଷା ଓ ବନ୍ୟା ସମୟରେ ଥଣ୍ଡା, ଜ୍ୱର ଓ ଝାଡା ଆଦି ବିଭିନ୍ନ ରୋଗ ବ୍ୟାପିବା ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବା ଜରୁରୀ । ମହାମାରୀ କରୋନା ସାଙ୍ଗକୁ ବନ୍ୟା ବିପତି ଲୋକଙ୍କ ଦୂର୍ଦ୍ଦଶା ବଢାଇ ଦେଇଛି । ପଟ୍ଟାମୁଣ୍ଡାଇ ପୌରାଚଂଳର ବାଲିପଡା, କଷଣଅଂଟା, ତଳବାଲିପଡା, ବଳଦେବନଗର, ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ, ଅଳଭା ଆଦି ଅଚଂଳରେ ଚାଷଜମି ଗୁଡିକ ଜଳମଗ୍ନ ହୋଇପଡିଛି । ବନ୍ୟା ଯୋଗୁଁ ବ୍ଲକଓ ପୌରାଚଂଳରେ ବ୍ୟାପକ ଫସଲହାନୀର ଆଶଙ୍କା ଦେଖା ଦେଇଛି ।
କରୋନା ଯୋଗୁଁ ଜୀବନ ଜିବୀକା ଦୋଛକିରେ ଛିଡା ହୋଇଥିବାବେଳେ ଚାଷୀ ଓ ଗରିବ ଖଟିଖିଆ, ଦିନ ମଜୁରିଆ ଚରମ ଆର୍ଥôକ ସଂକଟ ମଧ୍ୟ ଦେଇ ଗତି କରୁଥିବାବେଳେ ବହୁ ଆଶା ଭରସା ନେଇ କରିଥିବା ଫସଲ ଗଣ୍ଡାକ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହୀତ ପ୍ରତିକାର କରିବା ପାଇଁ ସାଧାରଣରେ ଦାବି ହୋଇଛି ।