ପଟ୍ଟାମୁଣ୍ଡାଇ: ମହାମାରୀ କରୋନାକୁ ନେଇ ଅସ୍ତବ୍ୟସ୍ତ ଜିଲ୍ଲାବାସୀ ସ୍ଥାନୀୟ ସଂକ୍ରମଣକୁ ନେଇ ଭୟଭିତ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ଅଚଂଳରେ ସଂଗରୋଧକେନ୍ଦ୍ର ଛାଡି ସ୍ଥାନୀୟ କେଶ ଦେଖା ଦେଇଥିବାରୁ ପରିସ୍ଥିତି ସଂଗୀନ ହୋଇପଡିଛି । ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା, ଚନ୍ଦନନଗର ପଚାଂୟତ କଟେଂନମେଟଂ ଜୋନ ପରିଦର୍ଶନ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ ।
ଏଥି ସହିତ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଓ ଏମ.ଏନ ହାଇସ୍କୁଲ କୋଭିଡ କେୟାର କେନ୍ଦ୍ର ପରିଦର୍ଶନ କରି କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରି ସରକାରୀ ନିଦେ୍ର୍ଦଶନାମା କଠୋର ଭାବେ ପାଳନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ବିଡିଓ ଭରତ ପରିଡା, ମେଡିକାଲ ଅଫିସର ଡା. ନିରାକାର ପରିଡା, ଆଇଆଇସି ରାକେଶ ତ୍ରିପାଠୀ. ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇ ବିଭିନ୍ନ ଅଚଂଳ ଗସ୍ତ କରିଥିଲେ ।