ପଟ୍ଟାମୁଣ୍ଡାଇ ତା୧୫.୭- ମହିଳା ସଶକ୍ତିକରଣକୁ ଆଗେଇ ନେବା ସହ ଶକ୍ତିଶାଳୀ କରିବା ପାଇଁ ସରକାର ସହ ଦଳୀୟ ସ୍ତରରେ ବ୍ୟାପକ ପରିବର୍ତନ ଆଣିଛନ୍ତି ନବୀନ ପଟ୍ଟନାୟକ । ବିଜେଡିର ଆଗଧାଡିର ମହିଳାନେତ୍ରୀମାନଙ୍କୁ ରାଜ୍ୟସ୍ତରୀୟ ପଦବୀ ପରେ ସଂଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା ଇନ-ଚାର୍ଜ ଦାୟିତ୍ନ ପ୍ରଦାନ କରିଛନ୍ତି । ରାଜନୀତି କ୍ଷେତ୍ରରେ ମହିଳାମାନଙ୍କୁ ଆଗକୁ ନେବାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୂଳଦୁଆ ପକାଇଥିଲେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ନବୀନଙ୍କ ମହିଳା ସଶକ୍ତିକରଣର ପ୍ରତୀକ ରାଜ୍ୟସ୍ତରୀୟ ନାରୀନେତ୍ରୀ ରିଜୁୱାନା ବେଗମ । ରିଜୁୱାନା ପଟ୍ଟାମୁଣ୍ଡାଇ ପୌରପରିଷଦର ୧୧ନଂ. ୱାର୍ଡ କାଉନସିଲର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଇଂରାଜୀ ମାଧ୍ୟମ ସ୍କୁଲ ଶିକ୍ଷୟତ୍ରୀରୁ ଯାଇ ପୌରନିର୍ବାଚନରେ କାଉମସିଲର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ନିଜର ଲୋକସଂପର୍କ ଓ ସାଂଗଠନିକ ଦକ୍ଷତା ବଳରେ ରାଜ୍ୟ ବିଜେଡି ସଂଖ୍ୟାଲଘୁସେଲ ସାଧାରଣ ସଂପାଦିକା ପଦବୀରେ ନିଯୁକ୍ତିି ପାଇଥିଲେ । ପରବର୍ତି ସମୟରେ ରାଜ୍ୟ ବିଜେଡିର ପର୍ଯ୍ୟବେକ୍ଷିକା ଭାବେ ବୋଲଗଡ-ବେଗୁନିଆ ନିର୍ବାଚନମଣ୍ଡଳୀରେ କାମ କରିଥିଲେ ।
ଏହାଛଡା ଚିଲିକା ନିର୍ବାଚନମଣ୍ଡଳୀରେ ଦଳୀୟ ପର୍ଯ୍ୟବେକ୍ଷିକା ଭାବେ କାର୍ଯ୍ୟ କରିବା ସହିତ କେନ୍ଦ୍ରାପଡା ବିଦାନସଭା ନିର୍ବାଚନ ଓ ପାଟକୁରା ଉପ-ନିର୍ବାଚନରେ ସଂଖ୍ୟାଲଘୁ ସେଲର ମଙ୍ଗ ଧରିଥିଲେ । ରାଜନଗର ନିର୍ବାଚନମଣ୍ଡଳୀରେ ମଧ୍ୟ ଦଳୀୟ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏଥି ସହିତ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ନିକଟରେ ସେ ବିଜେଡି ରାଜ୍ୟ ପରିଷଦ ସଦସ୍ୟା ଭାବେ ମନୋନୀତ ହୋଇଥିଲେ । ସଂପ୍ରତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ମହିଳା କମିଟିର ଯାଜପୁର ଜିଲ୍ଲା ଇନଚାର୍ଯ ଭାବେ ନିଯୁକ୍ତି ଦେଇ ତାଙ୍କର ଲୋକସଂପର୍କ ଓ କାର୍ଯ୍ୟ ଦକ୍ଷତାକୁ ସ୍ୱିକୃତି ଦେଇଛନ୍ତି । ଯାହାଫଳରେ ସେ ୱାର୍ଡ ସ୍ତରରୁୁ ଯାଇ ନିଜର ପ୍ରତିଭା ବଳରେ ରାଜ୍ୟର ପ୍ରଭାବଶାଳୀ ନେତ୍ରୀ ହୋଇପାରିଛନ୍ତି । ତାଙ୍କର ନିଯୁକ୍ତି ପାଇଁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଜନାବ ମୁୁନା ଖାନ, ରାଜ୍ୟ ବିଜେଡି ସଂଗଠନ ସଂପାଦକ ବିଧାୟକ ବବି ଦାସ ଓ ଦଳର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ କର୍ମକର୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥର ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
