କେନ୍ଦ୍ର ଉପଭୋକ୍ତା ବ୍ୟାପାର,ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାସୱାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ
ଭୁବନେଶ୍ୱର,ତା.୦୮/୧୦: କେନ୍ଦ୍ର ଉପଭୋକ୍ତା ବ୍ୟାପାର,ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାସୱାନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ପାସୱାନ ଜଣେ ଦକ୍ଷ ସଙ୍ଗଠକ ଏବଂ ଲୋକପ୍ରିୟ ଜନନେତା ଭାବେ ବେଶ ଜଣାଶୁଣା ଥିଲେ । ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ସେ ଜଣେ ଦୂରଦର୍ଶୀ ନେତା ଥିଲେ । ସେ ଉଭୟ ଏନଡିଏ ଓ ୟୁପିଏ ସରକାର ସମୟରେ କେନ୍ଦ୍ରମନ୍ତ୍ରୀ ଭାବେ ବିଭିନ୍ନ ଦାୟୀତ୍ୱ ତୁଲାଇଥିଲେ ।
ସେ ଲୋକସଭାକୁ ୮ ଥର ଏବଂ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇ ପ୍ରାୟ ୫ ଦଶନ୍ଧି ଧରି ଭାରତୀୟ ରାଜନୀତିରେ ସକ୍ରିୟ ରାଜନେତାଭାବେ ଜନସେବା କରିଆସୁଥିଲେ । ତାଙ୍କ ବିୟୋଗ ଭାରତ ରାଜନୀତିରେ ଏକ ଅପୂରଣୀୟ କ୍ଷତି । ମୃତୁ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ପାସୱାନଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।