Odisha news

ପାରାଦୀପ୍ : ଲିସ ମାଡ ରେ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ , ରାତାରାତି ହେଲା ଶବ ବ୍ୟବଚ୍ଛେଦ

0

ପାରାଦୀପ୍ – ପୋଲିସ ମାଡ ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ପାରାଦୀପ୍ ଅଭୟଚାନ୍ଦପୁର ଥାନା ରେ ଘଟିଛି ଏଭଳି ଘଟଣା | ବାଡ଼େଇ ବାଡ଼େଇ ମାରିଦେଲେ, ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ରାତି ନେଇ ଜଗତସିଂହପୁର ସଦର ମହକୁମା ରେ ଶବ କୁ ପୋଷ୍ଟମର୍ଟମ କରି ଦେଲେ | ପାରାଦୀପ୍ ଅଠରବାଙ୍କୀ ର ମନୋରଞ୍ଜନ ବେଡି ନାମକ ଏକ ଯୁବକକୁ ଗତକାଲି ସନ୍ଧ୍ୟା ରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେବା ପରେ ତାକୁ ଥାନା ଭିତରେ ଅତର୍କିତ ମାଡ ମାରିଥିବା ଓ ପୋଲିସ ମାଡ ରେ ତାର ମୃତ୍ୟୁ ହୋଇଥିବା ତାର ବାପା ପ୍ରହଲ୍ଲାଦ ବେଡି ଅଭିଯୋଗ ଗଣମାଧ୍ୟମ ଆଗରେ ବାଢିଥିଲେ  | ପୋଲିସ ପ୍ରଥମେ ମନୋରଞ୍ଜନ କୁ ଅଠରବାଙ୍କୀ ହସପିଟାଲ ଓ ସେଠାରୁ ଜଗତସିଂହପୁର ନେଇ କାହାକୁ ଶବ ନିକଟକୁ ଛାଡିନଥିଲା |

ଆଉ ରାତି ରାତି ସବୁ ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ଅଧରେ ପୋଷ୍ଟମର୍ଟମ ମଧ୍ଯ କରାଗଲା | ଯାହାକୁ ନେଇ ଏବେ ଉଠିଛି ବିରାଟ ପ୍ରଶ୍ନ | ଢିଙ୍କିଆ ରେ ସାଧାରଣ ଲୋକ ଙ୍କୁ ମାଡ ଓ ପୁରୀ ବାସେଳୀସାହି ହାଜତ ମୃତ୍ୟୁ ରେ ବିବାଦ ରେ ଛନ୍ଦିହୋଇଥିବା ଅଭୟଚାନ୍ଦପୁର ଥାନା ର ଆଇ ଆଇ ସି ଜୀବନ ଜେନା ଙ୍କ ଏହା ଆଉ ଏକ କଳାକାରନାମା ବୋଲି ସାଧାରଣ ରେ ଆଲୋଚନା ହେଉଛି  |

ସବୁଠାରୁ ବଡ କଥା ହେଉଛି ମନୋରଞ୍ଜନ ଙ୍କୁ ପୋଲିସ କହିବା ଅନୁସାରେ ଯଦି ବ୍ରାଉନ ସୁଗାର କେଶ୍ ରେ ଧରାଯାଉଥିଲା ଓ ପୋଲିସ ହାତରୁ ମନୋରଞ୍ଜନ ଖସି ପଳାଉଥିବା ବେଳେ ପୋଲ ରେ ପିଟି ହୋଇ ଆହତ ହେଲେ ତେବେ ତାଙ୍କୁ ଅଠରବାଙ୍କୀ ମେଡିକାଲ୍ କୁ ପ୍ରଥମେ ଅଣାଯାଇଥିଲା ଓ ସେଠାରେ ସ୍ୱାସ୍ଥ ଅବସ୍ତା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ପରିବର୍ତେ ଜଗତସିଂହପୁର ମେଡିକାଲ ନିଆଗଲା କାହିଁକି ?  ସେହିପରି ମନୋରଞ୍ଜନ ଯଦି ଗୁରୁତର ଥିଲେ ତେବେ ତାଙ୍କୁ ଆମ୍ବୁଲାନ୍ସ ରେ ନିଆନଯାଇ ପୋଲିସ ଗାଡି ରେ ନିଆଗଲା କଣ ପାଇଁ ? ଆହୁରି ମଧ୍ଯ ମନୋରଞ୍ଜନ ଙ୍କ ମୃତ ଦେହ କୁ ରାତାରାତି ପୋଲିସ ପ୍ରଶାସନ ଜିଲ୍ଲା ପ୍ରଶାସନ ସହାୟତା ରେ ପୋଷ୍ଟମର୍ଟମ କଲା କଣ ପାଇଁ ? ଏ ସବୁ ଘଟଣା କୁ ଅନୁସରଣ କଲେ ଜଣାପଡୁଛି ଯେ କେଉଁଠି ନା କେଉଁଠି ପୋଲିସ ଘଟଣା କୁ ଚାପି ଦେବାକୁ ଯାଇ ଏ ସବୁ ରାତାରାତି କରିଛି  | ମନୋରଞ୍ଜନ ର ବାପା ଓ ଦାଦା ଏହି ଘଟଣା ର ନ୍ୟାୟ ଭିକ୍ଷା କରୁଥିବା ବେଳେ ଭାରତ ବିକାଶ ପରିଷଦ ର ଆବାହକ ସୁବ୍ରତ ଦାସ ଘଟଣା କୁ ନେଇ ଜାତୀୟ ମାନବାଧିକାର କମିସନ ଙ୍କ ନିକଟ ରେ ଅଭିଯୋଗ ଦୟାର କରିଥିବା ଜଣାପଡିଛି  |

Leave A Reply