ପାରାଦୀପ : ସମୁଦ୍ର ମଝିରେ ବୁଡି ଯାଉଥିବା 11 ନାବିକଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ | ଗତ 25 ତାରିଖରେ କୋଲକାତା ରୁ ବାହାରିଥିବା ଏମଭି ଆଇଟିଟି ପୁମା 14 ନାବିକଙ୍କୁ ନେଇ ପୋର୍ଟବ୍ଲେୟର ଯାତ୍ରା କରୁଥିବା ବେଳେ ଦୂର ସମୁଦ୍ର ଭିତରେ ସାଗର ଦୀପ ପାଖରେ ତାର ଭାରସ୍ୟାମ ହରାଇଥିଲା | ଜାହାଜରେ ଥିବା ପଣ୍ୟ ଏକ ପାଖିଆ ହେବାରୁ ଜାହାଜ ଟି ଧିରେ ଧିରେ ଅଣାୟତ ହେବାକୁ ଲାଗିଥିଲା | ଜାହାଜ ର କ୍ୟାପଟେନ ଯଥାସାଧ୍ୟ ଚେଷ୍ଟା କରି ମଧ୍ଯ ଜାହାଜ କୁ ଆୟତ କରି ନପାରିବାରୁ ଶେଷରେ ସମସ୍ତଙ୍କୁ ଜାହାଜ ଛାଡ଼ିବାକୁ ନିର୍ଦେଶ ଦେଇଥିଲେ ଓ ଜାହାଜ ବୁଡୁଥିବା ଖବର ପ୍ରଶାସନ କୁ ଦେଇଥିଲେ | ଭାରତୀୟ ତଟରକ୍ଷୀ ବାହିନୀ ଏହି ଖବର ପାଇଲାପରେ ନାବିକ ମାନଙ୍କୁ ରେସ୍କିୟୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଦୁଇ ଜାହାଜ ଓ ଏକ ଏୟାରକ୍ରାଫ୍ଟ ନାବିକ ମାନଙ୍କୁ ଠାବ କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି | ଆଜି ସେମାନଙ୍କୁ ପାରାଦୀପ ତଟରକ୍ଷୀ ବାହିନୀ ର କାର୍ଯ୍ୟାଳୟ କୁ ଅଣାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ତା ଜାଞ୍ଜ କରାଯାଇଛି | ଏହାପରେ ସେମାନଙ୍କୁ ପ୍ରଶାସନ ସହାୟତାରେ ତାଙ୍କ ପରିବାର କୁ ଫେରାଇ ଦିଆଯିବ ବୋଲି ଜଣାପଡିଛି | ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ସେମାନଂକୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଉଦ୍ଧାର କରିଥିବାରୁ ସେମାନେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି | ଅନ୍ୟପକ୍ଷରେ ଜାହାଜର କ୍ୟାପଟେନ ଙ୍କ ସମେତ ତିନିଜଣ ଏବେବି ନିଖୋଜ ଅଛନ୍ତି | ସେମାନଙ୍କୁ ତଟରକ୍ଷୀ ବାହିନୀ ପକ୍ଷ୍ୟରୁ ଏବେବି ଖୋଜା ଚାଲିଛି |