Odisha news

ଧାଡ଼ିଭଙ୍ଗାକୁ ସାବାଡ କରିବ ଏଆଇ କ୍ୟାମେରା

0
ପାରାଦୀପ : ଅମାନିଆ ଟ୍ରକ ଡ୍ରାଇଭର ଙ୍କ ପାଇଁ ଚଣ୍ଡିଖୋଲ ରୁ ପାରାଦୀପ ଆସିଥିବା ରାଜପଥ ରେ ଅନେକ ମୁଣ୍ଡ ଗଡିଲା | ଅନେକ ଥର ଧାରଣା ଧର୍ମଘଟ ମଧ୍ଯ ହେଲା | ଏମାନଙ୍କ ପାଇଁ ପୋଲିସ ଆଉ ପ୍ରଶାସନ ମଧ୍ଯ ବଦନାମ ହେଲେ | ଶେଷରେ ଆଉ ନୁହଁ ଏବେ କଠୋରତା ଅବଲମ୍ବନ କରିବାକୁ ଯାଉଛି ପ୍ରଶାସନ | ରାଜପଥ ରେ ଏବେ ଜଗିବ ଏଆଇ ବା ଆର୍ଟିଫିସଆଲ୍ କ୍ୟାମେରା | ଆଉ କ୍ୟାମେରା ରେ ଧରାପଡିବା ପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ | ଗତକାଲି ପାରାଦୀପ ସର୍କିଟ ହାଉସରେ ଅୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଯେ ସୋନୁୱାଲ | ଗତ କିଛିଦିନ ଧରି କିଛି ହାତଗଣତି ଟ୍ରକ ମାଲିକ , ଡ୍ରାଇଭର  ଓ ଦଲାଲ ମିଶି ଧାଡ଼ି ଭାଙ୍ଗି ଗାଡି ଗଡାଉଥିଲେ | ଅଧିକ ଟ୍ରିପ୍ ନିଶାରେ ଅଧିକ ଟଙ୍କା ଉପାର୍ଜନ କରିବା ଲକ୍ଷ୍ୟ ନେଇ କିଛି ଗାଡି ମାଲିକ ରାଜପଥ ରେ ନିୟମିତ ଭାବେ ଏହି କାର୍ଯ୍ୟ କରୁଥିଲେ | ପାରାଦୀପ ବନ୍ଦର କୁ ପ୍ରତିଦିନ ହଜାର ହଜାର ପଣ୍ୟବାହି ଟ୍ରକ ସେମାନଙ୍କର ପଣ୍ୟ ଖଲାସ଼ କରିବାକୁ ଆସୁଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବେ ଆସିବାକୁ ପ୍ରଶାସନ ଓ ଜେସିସି ପକ୍ଷ୍ୟରୁ ଧାଡ଼ିରେ ଆସିବାକୁ କୁହାଯିବା ସହ ନିୟମ ମଧ୍ଯ କରାଯାଇଛି | ଅନେକ ଟ୍ରକ ଧାଡ଼ି ରେ ଦିନରାତି ଆସୁଥିବା ଓ ନିୟମ କୁ ମାନୁଥିବା ବେଳେ କିଛି ହାତଗଣତି ଟ୍ରକ ମାଲିକ ଏବଂ ଡ୍ରାଇଭର ଧାଡ଼ିରେ ଆସୁଥିବା ଟ୍ରକ କୁ କାଟି ଡାହାଣ ପଟେ ଧାଡ଼ି ଭାଙ୍ଗି ଆଗକୁ ମାଡି ଆସୁଛନ୍ତି | ଯାହାଫଳରେ ଅନେକ ସମୟରେ କେବଳ ଟ୍ରାଫିକ ଜାମ ନୁହଁ ବରଂ ଆଗରେ ଯିଏ ପଡିଲା ତାକୁ ସେମାନେ ଗାଡି ମଡାଇ ଚାଲି ଯାଉଛନ୍ତି | ଗତ କିଛିଦିନ ତଳେ ଦୋଛକିରେ ଡିଉଟି ରେ ଥିବା ହୋମଗାର୍ଡ ରାଜନ ପ୍ରଧାନ ଙ୍କ ହତ୍ୟା ପରେ ସମସ୍ତଙ୍କ ନିଦ ଭାଙ୍ଗିଲା | କିଛି ଲୋକ ପୋଲିସ ର ଦୋଷ ଦେଲେ କିଛି ଲୋକ ରାଜନେତା ଙ୍କ ଗାଡି କୁ ବି ଦୋଷ ଦେଲେ | ଦିନକୁ ଦିନ ପରିସ୍ଛିତି ଅଣାୟତ ହେବାରୁ ଶେଷରେ ପାରାଦୀପ ସର୍କିଟ ହାଉସରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ଜିଲ୍ଲାପାଳ , ଜେସିସି କର୍ମକର୍ତ୍ତା ଓ ସ୍ତାନୀୟ ପୋଲିସ ପ୍ରଶାସନ କୁ ନେଇ ମିଳିତ ବୈଠକ ହେଲା | ସବୁ ଦିଗକୁ ପରଖି ନିରେଖି ଶେଷରେ ପୋଲିସ କୁ ଟ୍ରାଫିକ ଉଲଂଘନ କରୁଥିବା ଓ ଧାଡ଼ି ଭାଙ୍ଗୁଥିବା ଟ୍ରକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାପରେ ରାସ୍ତାରେ ଏଆଇ କ୍ୟାମେରା ଲଗାଇବାକୁ ସ୍ଥିରୀକୃତ ହେଲା |
Leave A Reply