Odisha news

ପାରାଦୀପ ବିଜେଡିର ଗଡ଼, ବିଜୟ ସୁନିଶ୍ଚିତ : ଚିରଞ୍ଜିବ 

0
ପାରାଦୀପ : – (  ଜି. ପ୍ର  ) ପାରାଦୀପ ହେଉଛି ସ୍ଵର୍ଗତ ଡଃ ଦାମୋଦର ରାଉତ ଙ୍କ ଜାଗା | ବିଜେଡି ର ଗଡ଼ | ଲୋକ ଏଠି ବିଜେଡି ସହ ଅଛନ୍ତି | ତେଣୁ ଏଥର ପୁଣି ବିଜୟ ସୁନିଶ୍ଚିତ ବୋଲି କୁଜଙ୍ଗ ବ୍ଲକ ପଡିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ଵାଳ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ ସଷ୍ଟ ଥର ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିନ୍ତ ବୋଲି ମଧ୍ଯ ସେ ପ୍ରକାଶ କରିଛନ୍ତି | ତାଳଦଣ୍ଡା ଠାରୁ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଲି ରାଉତରାୟ ଓ ସାଂସଦ ପ୍ରାର୍ଥୀନୀ ଡଃ ରାଜଶ୍ରୀ ମଲ୍ଲିକ ଙ୍କ ସହ ଶ୍ରୀଯୁକ୍ତ ଚିରଞ୍ଜିବ ବିଶ୍ଵାଳ ରୋଡ ସୋ କରି କୁଜଙ୍ଗ ବ୍ଲକ ପଡିଆ ରେ ପହଞ୍ଚିଥିଲେ | ମଞ୍ଚରେ ଆଜି ପାରାଦ୍ବୀପ ନିର୍ବାଚନ ମଣ୍ଡଳୀ ର ସମସ୍ତ୍ ବିଜେଡି ତୁଙ୍ଗ ନେତା ଙ୍କୁ ଏକତ୍ରୀତ ଦେଖି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଇଞ୍ଜିନିୟର ପ୍ରମୋଦ କିଶୋର ଜେନା , ସନ୍ତୋଷ ପଟ୍ଟନାୟକ , ଗୋଲେଖ ଚନ୍ଦ୍ର ନାୟକ , ବାପି ସର୍ଖଲେ , ପୂର୍ବତନ ସାଂସଦ ଡଃ କୁଳମଣୀ ସାହୁ , କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ , ମୋନିଦୀପା ସର୍ଖଲେ , ସବିତା ମହାପାତ୍ର , ବିଧାୟକ ସମ୍ବିତ ରାଉତରାୟ , ପର୍ଯ୍ୟବେକ୍ଷକ ଶିଶିର ବେଜ ପ୍ରମୂଖ ଯୋଗଦେଇ ଯୋଡି ଶଂଖ ରେ ଭୋଟ ଦେଇ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଲି ରାଉତରାୟ ଓ ସାଂସଦ ପ୍ରାର୍ଥୀନୀ ଡଃ ରାଜଶ୍ରୀ ମଲ୍ଲିକ ଙ୍କୁ ଜୟଯୁକ୍ତ କରିବାକୁ ଉପସ୍ଥିତ ଲୋକଙ୍କୁ ଆହ୍ଵାନ ଦେଇଥିଲେ | ବାସ୍ତବିକ ଆଜିକାର ମଂଚ ରେ ସବୁ ତୁଙ୍ଗ ନେତା ଏକତ୍ରୀତ ହେବା ଏଥର ନିର୍ବାଚନ କୁ ବେଶ ପ୍ରଭାବିତ କରିବ ବୋଲି କୁହାଯାଉଛି |
Leave A Reply