Odisha news

ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା

0

ପାରାଦୀପର ନୂଆଗଡ଼ ପଞ୍ଚାୟତ ବାଲଡିଆ ଗାଁରେ ସ୍ୱାମୀଙ୍କର ଘର ଆଗରେ ସ୍ତ୍ରୀର ଧାରଣା । ଅଭିଯୋଗ ମୁତାବକ, ବଗଦିଆ ଗାଁ ଚନ୍ଦନ ରାଉତଙ୍କୁ ମାନିନୀ ବିଶ୍ୱାଳ ୨୦୧୬ ଜୁଲାଇ ୧୨ ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବିବାହର ୬ ମାସ ପର୍ଯ୍ୟନ୍ତ ହସ ଖୁସିରେ ଉଭୟଙ୍କ ସଂସାର ଚାଲିଥିଲା । କିନ୍ତୁ କୌଣସି ସନ୍ତାନ ନ ହେବାରୁ ଶାଶୁ ଘର ଲୋକ ମାନିନୀକୁ ବିଦା କରିଦେଇଥିଲେ । ଏହି ମାମଲାର ସମାଧାନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ତିନି ଥର ପ୍ରୟାସ କରିଛନ୍ତି । ମାତ୍ର ଏହି ଘଟଣାର କିଛି ସୁଫଳ ମିଳିଥିଲା ।

ପାରାଦୀପ ଲକ୍ ଥାନା ଓ କୋର୍ଟରେ ମାମଲା ବିଚାରାଧୀନ ରହିଛି । ଏହି ସମୟରେ ଚନ୍ଦନ ଦ୍ୱିତୀୟ ବିବାହ କରି ଗୋଟିଏ ଝିଅର ବାପା ହୋଇଥିବା ମାନିନୀ ଅଭିଯୋଗ କରିଛନ୍ତି । ଏଣୁ ସେ ତୁରନ୍ତ ଶାଶୁ ଘରେ ପହଞ୍ଚି ଚନ୍ଦନଙ୍କ ଦ୍ୱିତୀୟ ପତ୍ନୀ ଓ ପିଲାକୁ ଦେଖି ପ୍ରତିବାଦ କରିଥିଲେ । ଫଳରେ ଶାଶୁ ଘର ଲୋକ ତାଙ୍କୁ ମାଡ଼ ସେଠାରୁ ତଡ଼ି ଦେଇଥିବା ସେ ଅଭିଯୋଗ କରିବା ସହ ଧାରଣାରେ ବସି ରହିଥିଲେ । ମାନିନୀଙ୍କର ଏମିତି ରୂପ ଦେଖି ଶାଶୁ ଘର ଲୋକ ଘର କବାଟ ବନ୍ଦ କରି ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

Leave A Reply