ପାରାଦୀପ : ଆଠ ଦଫା ଦାବି ନେଇ ଧାରଣା ରେ ବସିଲେ ଶ୍ରମିକ । ପାରାଦୀପ ତୈଳ ବିଶୋଧନାଗାର ଫାଟକ ଆଗରେ ଆଜି ନୂଆବର୍ଷ ରେ ସକାଳୁ ସକାଳୁ ଶ୍ରମିକ ମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ପେଟ୍ରୋଲିୟମ୍ ପ୍ରଡକ୍ଟସ୍ ହ୍ୟାଣ୍ଡେଲିଂ ଆଣ୍ଡ କ୍ୟାରିଅର୍ସ ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷ୍ୟରୁ ଶହଶହ ଶ୍ରମିକ ଆଜି ଏହି ଧାରଣା ରେ ସାମିଲ ହୋଇଛନ୍ତି । ଦୀର୍ଘବର୍ଷ କାମ କଲାପରେ ଶ୍ରମିକ ମାନଙ୍କୁ ପଦୋନ୍ନତି ନଦେବା , ଶ୍ରମିକ ମାନଙ୍କୁ ବିନା କାରଣରେ ଛଟେଇ କରିବା ବନ୍ଦ କରିବା ଓ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା , କାର୍ଯ୍ୟ ରେ ଶ୍ରମିକ ମାନଙ୍କ ମୃତ୍ୟୁ ହେଲେ ପରିବାର ର ଜଣଙ୍କୁ ନିଯୁକ୍ତି ଦେବା ସହ ୧୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା , ଶ୍ରମିକ ମାନଙ୍କୁ ରହିବା ପାଇଁ ଜମି ପଟ୍ଟା ପ୍ରଦାନ କରିବା , ଅବସର ନେବାପରେ ଗ୍ରାଚୁଇଟ୍ ପ୍ରଦାନ କରିବା ପାଇଁ ଶ୍ରମିକ ମାନେ ଅଡି ବସିଛନ୍ତି । ଯେପର୍ଯ୍ୟନ୍ତ କମ୍ପାନୀ ମ୍ୟାନେଜମେଣ୍ଟ ଏସବୁ ଦାବି ପୂରଣ ନକରିଛି ସେପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଶ୍ରମିକମାନେ କହିଛନ୍ତି ।
