ପାରାଦୀପ : 2030 ସୁଦ୍ଧା ସବୁଜ ଓ ସ୍ମାର୍ଟ ବନ୍ଦର ରେ ପରିଣତ ହେବ ପାରାଦୀପ ବନ୍ଦର | ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ସରକାର କୁ 9 ବର୍ଷ ପୁରୀ ଥିବା ବେଳେ ଆଜି ପାରାଦୀପ୍ ବନ୍ଦର ର ଅଭିବୃଦ୍ଧି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଏହା ପ୍ରକାଶ କରିଛନ୍ତି | ଦେଶର ଆର୍ଥିକ ଅଭିବୃଦ୍ଧି ରେ ବନ୍ଦର ମୁଖ୍ୟ ଭୂମିକା ନେଇଥିବା ବେଳେ ମୋଦୀ ସରକାର ଙ୍କର 2015 ରେ ଆରମ୍ଭ ହୋଇଥିବା ସାଗରମାଳା ପ୍ରୋଗ୍ରାମ , ପ୍ରଧାନମନ୍ତ୍ରୀ ଗତିଶକ୍ତି ପ୍ରୋଜେକ୍ଟ, ବନ୍ଦର ସଂଯୋଗୀକରଣ , ଓ ଡିଜିଟାଲ ଜ୍ଞାନ କୌଶଳ ସହ ସ୍ମାର୍ଟ ବନ୍ଦର ର ସ୍ଵପ୍ନ ବାସ୍ତବିକ୍ ବନ୍ଦର ବ୍ୟବସାୟ କୁ ଦ୍ୱିଗୁଣିତ କରିପାରିଛି |
ଗତ 9 ବର୍ଷ ମଧ୍ୟରେ ପାରାଦୀପ୍ ବନ୍ଦର 55 ମିଲିୟନ ଟନ କ୍ଷମତା ଏଥିପାଇଁ ବୃଦ୍ଧି କରାଇଥିଲା ବେଳେ ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ ଆହୁରି 25 ମିଲିୟନ ଟନ କ୍ଷମତା ବୃଦ୍ଧି ପାଇ ମୋଟ 80 ମିଲିୟନ ଟନ ଅଧିକ କାର୍ଗୋ ହ୍ୟାଣ୍ଡଲଂ କରିପାରିବ ବୋଲି ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି | ବନ୍ଦର ଆଉ 2 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କେପ୍ ସାଇଜ ଜାହାଜ୍ କୁ ପରିଚାଳନା କରିବା ସହ ପାରାଦୀପ୍ ଫିସିଂ ହାର୍ବର କୁ ବିଶ୍ଵ ସ୍ତରୀୟ କରିବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି |
ବନ୍ଦର ନିଜସ୍ୱ ଜାଗା ରୁ 7900 ଏକର ଜାଗା ନୂତନ କମ୍ପାନୀ କୁ ଦେଇଥିବା ବେଳେ ହରିଦାସପୁର ପାରାଦୀପ୍ ରେଳ ପଥ ପଣ୍ୟ କାରବାର କ୍ଷମତା କୁ ବୃଦ୍ଧି କରିଥିବା ଓ ଏଥିପାଇଁ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଗତ 6 ବର୍ଷ ହେବ ସର୍ବଭାରତୀୟ ମେଜର ପୋର୍ଟ ଭିତରେ ପାରାଦୀପ୍ 100 ମିଲିୟନ ପଣ୍ୟ କାରବାର କ୍ଷମତା ଛୁଇଁ ପାରିଛି ଓ ଏହା ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ହେଉଥିବା ସେ ପ୍ରକାଶ କରିଛନ୍ତି | ପ୍ରଦୂଷଣ କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା , ଦ୍ରୁତ ପଣ୍ୟ କାରବାର କ୍ଷମତା , ରେଳପଥ ଓ ରାସ୍ତା ର ବିକାଶ , ଅନ୍ୟ କମ୍ପାନୀ କୁ ନିଜ ପରିଧି ରେ ସୁଯୋଗ ଦେବା , ଓ ଦିନକୁ ଦିନ ନିଜ ପରିଚାଳନା କ୍ଷମତା କୁ ବୃଦ୍ଧି କରିବା ପ୍ରଧାନମନ୍ତ୍ରୀ ଙ୍କ ଏହି ସବୁ ଦୂରଦୃଷ୍ଟି ପାଇଁ ସମ୍ପନ୍ନ ହୋଇପାରିଥିବା ଅଧ୍ୟକ୍ଷ ହାରନାଦ ପ୍ରକାଶ କରିଥିଲା ବେଳେ ଏସବୁ ର ଶ୍ରେୟ ସେ ମୋଦୀ ସରକାର ଙ୍କୁ ଦେଇଛନ୍ତି |