Odisha news

ପୋଖରୀ ପାଖ ବିଲରୁ ୩ଟି ଖଣ୍ଡବିଖଣ୍ଡିତ ବାଇକ ଜବତ

0

ପାଣିକୋଇଲି: ଲକ୍ଷ୍ମୀନଗର ପଂଚାୟତର କୃଷ୍ଣନଗରସ୍ଥିତ ବୁଢାଗଡିଆ ପୋଖରୀ ପାଖ ବିଲରୁ ଖଣ୍ଡବିଖଣ୍ଡିତ ୩ଟି ବାଇକ ପଡିଥିବା ସ୍ଥାନୀୟ ଲୋକେ ଆଜି ସକାଳୁ ଦେଖିବାକୁ ମିଳିଥିଲା । ସେଥିମଧ୍ୟରୁ ଗୋଟିଏ ହିରୋହୁଣ୍ଡା ସ୍ପେଣ୍ଡର ହୋଇଥିଲା ବେଳେ ଅନ୍ୟ ଦୁଇଟି ହିରୋ ସ୍ପେଣ୍ଡାର ହୋଇଥିବା ଜଣାପଡିଛି ।

ହେଲେ ଗାଡି ୩ଟିର ଟାଙ୍କି, ମଡକାଡ, ହେଣ୍ଡଲ, ଚକା, ସାଇଲେନ୍ସର, ନମ୍ବର ପ୍ଲେଟ ଆଦିକୁ ଖଣ୍ଡବିଖଣ୍ଡିତ କରାଯାଇ ପଡିଥିଲା । ଗାଡିଗୁଡିକ ପ୍ରାୟ ବର୍ଷକ ମଧ୍ୟରେ ହୋଇଥିବା ଜଣିପାଡିଛି । ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ପଡିଆ ଭିତରକୁ ପ୍ରବେଶକରି ଡାଲାଟେକି ଅନଲୋଡ କରିଥିବା ସ୍ଥନୀୟ ଲୋକ କହିଛନ୍ତି । ହେଲେ ଦୂରତା ହେତୁ ସେମାନେ କ’ଣ ଅଲୋଡ ହେଲା ତାହା ଜାଣି ପରିନଥିଲେ ।

ସେମାନଙ୍କ କହିବା ଅନୁଯାୟୀ ମଧ୍ୟ ଘଟଣା ସ୍ଥଳେ ଟ୍ରାକ୍ଟର ଚକାଚିହ୍ନ ପଡିଥିବା ଦେଖାଯାଇଛି । ଯାଜପୁରରୋଡ ପୁଲିସକୁ ଖବର ଦେବାପରେ ଥାନାଅଧିକାରୀ ଅନିଲକୁମାର ମହାନ୍ତିଙ୍କ ନିର୍ଦେଶକ୍ରମେ ଏଏସଆଇ ସୁବାସ ଚନ୍ଦ୍ର ଦାସ ଘଟଣା ସ୍ଥଳେ ପହଂଚି ଖଣ୍ଡବିଖଣ୍ଡିତ ଗାଡିଗୁଡିକ ଜବତ କରିଛନ୍ତି । ଘଟଣାନୁଯାୟୀ ଏହା ଚୋରାଗାଡି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା ବେଳେ ଚେଚିସ, ଗାଡି ନମ୍ବର ଅନୁଯାୟୀ ଗାଡିମାଲିକଙ୍କୁ ସୂଚନା ଦିଆଯିବା ସହ ଗାଡି ଚୋର ର୍ୟାକଟକୁ ଠାବ କରାଯିବା ପାଇଁ ସନେ୍ଦହ ଅନୁଯାୟୀ ବିଭିନ୍ନ ସ୍ଥାନରେ ଚଢାଉ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Leave A Reply