Odisha news

ଜାପାନର ଉଲଙ୍ଗ ଉତ୍ସବ

0

ଜାପାନର ହୋନ୍‌ଶୁ ଦ୍ୱୀପରେ ଏକ ଅର୍ଦ୍ଧ ଉଲଗ୍ନ ଉତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ‘ହଡ୍‌କା ମସଦୁରୀ’ ନାଁରେ ପରିଚିତ ଏଇ ଇଭେଣ୍ଟ୍‌ ଫେବୃଆରୀ ତୃତୀୟ ସପ୍ତାହରେ ସାଇଦାଇଜୀ କନ୍ନୋନୀ ମନ୍ଦିରରେ ହୁଏ । ଅପରାହ୍ନ ତିନିଟାରେ ଜାପାନୀ ମହିଳାମାନଙ୍କ ପାରମ୍ପରିକ ନୃତ୍ୟରୁ ଆରମ୍ଭ ହୁଏ ଏ ଉତ୍ସବ । ଉଦ୍ଦେଶ୍ୟ ଯୁବପିଢ଼ିଙ୍କୁ ଚାଷ କାମ ପ୍ରତି ଆଗ୍ରହୀ କରାଇବା । ନିୟମ ଅନୁଯାୟୀ ପୁରୁଷଙ୍କ ଶରୀରରେ କମ୍‌ ପୋଷାକ ରହେ । ସେଥିପାଇଁ ସେମାନେ ଲଙ୍ଗୋଟ୍‌ ଓ ଧଳାମୋଜା ପିନ୍ଧନ୍ତି । ଲଙ୍ଗୋଟକୁ ଜାପାନୀ ଭାଷାରେ ‘ଫୁଣ୍ଡୋସ’ କୁହାଯାଏ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ମନ୍ଦିର ପରିସରେ ପୁରୁଷମାନେ ପରିକ୍ରମା କରି ଥଣ୍ଡା ପାଣିରେ ନିଜକୁ ଶୁଦ୍ଧ କରି ମନ୍ଦିର ଭିତରକୁ ପ୍ରବେଶ କରନ୍ତି । ପୂଜାରୀ ୪ ମିଟର ଉଚ୍ଚରୁ ୧୦୦ ବଣ୍ଡଲ୍‌ ଓ ୨୦ ସେଣ୍ଟିମିଟର ଲମ୍ବର ଦୁଇଟି ବାଡି ଫିଙ୍ଗନ୍ତି । ବାଡି ପାଉଥବା ଲୋକଙ୍କ ପାଇଁ ପୂରା ବର୍ଷ ଶୁଭଙ୍କର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଧରିବା ବେଳେ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଆହତ ବି ହୁଅନ୍ତି । ୫୦୦ ବର୍ଷ ପୂର୍ବରୁ ଏହି ପରମ୍ପରା ଆରମ୍ଭ ହୋଇଥିଲା, ସେତେବେଳେ
ବାଡ଼ି ବଦଳରେ କାଗଜ ଫୋପଡା ଯାଉଥିଲା ।

Leave A Reply