Odisha news

କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଆଳିରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

0

ବିଜେପି କହୁଛି ମା ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ଦେବ,

କେବଳ ଓଡିଶାର ମା ମାନଙ୍କ ପାଇଁ ଦରକାର ୧ ଲକ୍ଷ କୋଟି, ସାରା ଭାରତ ପାଇଁ ୩୦ ଲକ୍ଷ କୋଟି,

ଭାରତର ବଜେଟ ୨୦ ଲକ୍ଷ କୋଟି – ଏ ପ୍ରତିଶୃତି କେବଳ ମିଛ, ସମ୍ପୂର୍ଣ୍ଣ ମିଛ,

ପୂର୍ବରୁ କହିଥିଲେ ୧୫ ଲକ୍ଷ ଟଙ୍କା ଦେବେ, ମିଳିଲା କି?

• ଆସାମ ମୁଖ୍ୟମନ୍ତ୍ରୀ ଓଡିଶା ଆସି କହୁଛନ୍ତି ଓଡିଶାକୁ ଏକ ନମ୍ବର କରିବେ, ତାହେଲେ ଆସାମକୁ କଣ କରିବେ?
• ବଜେପି ନେତା କର୍ଣ୍ଣାଟକ, ତେଲଙ୍ଗାନା ଗଲେ ମଧ୍ୟ ସମାନ କଥା କହୁଛନ୍ତି, କେବଳ ମିଛ ପ୍ରତିଶୃତି
• କହିଥିଲେ ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଦର କମାଇବେ ବୋଲି, କମିଲା କି?
• ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ, ଓଡିଶା ଭାଗରେ ୮୦ ଲକ୍ଷ ରୋଜଗାର, କେନ୍ଦ୍ରାପାଡ ଭାଗରେ ପ୍ରାୟ ୩ ଲକ୍ଷ ରୋଜଗାର
• ଏଇଟା ଥିଲା ମୋଦିଙ୍କ ଗ୍ୟାରେଣ୍ଟି, କିଏ ପାଇଛନ୍ତି କି?
• ଏବେ ପୁଣି କହୁଛନ୍ତି ଧାନ MSPକୁ ୩୧୦୦ ଟଙ୍କା କରିବେ ବୋଲି, ୧୦ ବର୍ଷ ମନେ ପଡୁନଥିଲା, ଏବେ ଭୋଟରେ ହାରିବା ଭୟରେ ମନେ ପଡୁଛି
• ପ୍ରତାପ ଦେବ ଓ ଅଂଶୁମାନ ବାବୁ ଏ ମାଟିର ପୁଅ, ସୁଖଦୁଃଖରେ ଅସୁବିଧା ସମୟରେ ଆପଣଙ୍କ ପାଖରେ ଠିଆ ହେବେ
• ଅଂଶୁମାନ ବାବୁ tourist ଭଳି ହେବେ ନାହିଁ, ସେ groundରେ ରହିବେ, helicopterରେ ଆସି ଉପରୁ ଉଡି ଯିବେ ନାହିଁ
• ସାରା ଓଡିଶା ଗୋଟିଏ ସ୍ୱରରେ କହୁଛି ଜୁନ ୯ରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡିଶାର ୯୦ ପ୍ରତିଶତ ଲୋକଙ୍କ ବିଜୁଳି ବିଲ୍ ଛାଡ କରିବେ, ଦ୍ୱିତୀୟ ଦସ୍ତଖତରେ BSKY କାର୍ଡରେ ସମସ୍ତେ ସାମିଲ ହେବେ, ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମା ମାନଙ୍କୁ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା
• ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ମାରିଲାଣି, ସେମାନେ ମଧ୍ୟ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି, କିନ୍ତୁ ସେଥି ପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ, ତାପରେ ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟ କିରଣରୁ ବିଜୁଳି ପାଇବେ, ଦିନରେ ଲଣ୍ଠନ ଦେଖାଉଛି ବିଜେପି ଦଳ
• ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି
• ଆଳିରେ Football Training Centre ପାଇଁ ୨୦ କୋଟି ଟଙ୍କା, ଲକ୍ଷ୍ମୀନାରାୟଣ ମନ୍ଦିର ପାଇଁ ୮ କୋଟି ଟଙ୍କା, ଆଳି ରାଜକନିକାରେ ଘରେ ଘରେ ପିଇବା ପାଣି ପାଇଁ ୨୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି

Leave A Reply