• ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି
• କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଶାଣିତ ଆକ୍ରମଣ• କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି
• କୁଚିଣ୍ଡାବାସୀଙ୍କୁ କାମର ହିସାବ ଦେଲେ, କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ
• ୨୫ ତାରିଖରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଜୋରଦାର ଆଶୀର୍ବାଦ କରନ୍ତୁ, ପ୍ରଣବ ବାବୁ ଚୁପ୍ଚାପ କାମ କରନ୍ତି, ୧୦୦ ଗୁଣ ଅଧିକ କାମ କରନ୍ତି, ତାଙ୍କୁ ଆଶୀର୍ବାଦ କଲେ ଏ ଅଞ୍ଚଳରେ ବିକାଶ ଜୋରଦାର ହେବ
• ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ନିଜେ କାମ କରିବେନି, କି ଆଉ କାହାକୁ କରାଇ ଦେବେନି
• ୧୦ ବର୍ଷ ବିଜେପି ସରକାର ରହିଲା, ଦରଦାମ ବଢିଲା, ଏଲପିଜି, ପେଟ୍ରୋଲ, ଡିଜେଲ, ସବୁ ଦର ବଢିଲା, ବେରୋଜଗାରୀ ମଧ୍ୟ ବଢିଲା, ଯାହା କହିଥିଲେ ଗୋଟେ ବି କାମ କଲେନି, ଯଦି ଆପଣମାନେ ତାଙ୍କୁ ଆଉ ଥରେ ଆଣିବେ, ତା ହେଲେ ଦରଦାମ ପୁଣି ବଢିବ
• ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ
• କୁଚିଣ୍ଡାରେ ୫୦ ହଜାର ଚାଷୀ ଲଙ୍କା ଚାଷ କରନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ କରିବେ, ଶିତଳଭଣ୍ଡାର ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବ
• କୁଚିଣ୍ଡାବାସୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀଙ୍କ କାମର ହିସାବ, ଆପଣଙ୍କ ଅଞ୍ଚଳରେ କାମ କରିକି ମୁଖ୍ୟମନ୍ତ୍ରୀ ବହୁତ ଖୁସି
• ବାମରାକୁ ଏନ୍ଏସି କରାଯାଇଛି
• ବୁରୁବୁଡା ମହାବୀର ଧାମ, କିରଶାସନ ସପ୍ନେଶ୍ୱର ବାବା ଶିବ ମନ୍ଦିର, ପାନପାଲ୍ଲି ଶିବ ମନ୍ଦିରର ରୂପାନ୍ତର କରାଯାଇଛି , କୁଚିଣ୍ଡା କମ୍ୟୁନିଟି ସେଣ୍ଟର କରାଯାଇଛି
• ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ପାଇଁ ୨୯ କୋଟି ଟଙ୍କାର ସହାୟତା ଦେଇ ପ୍ରକଳ୍ପ କରିଛନ୍ତି, ଏଇଟା ସବୁଠାରୁ ଅଧିକ, ଅନ୍ୟ ଅଞ୍ଚଳ ଠାରୁ ୨ ଗୁଣ ଅଧିକ
• କୁଚିଣ୍ଡାରେ ୧୪ କୋଟି ଟଙ୍କାରେ ITI କରାଯାଇଛି
• କୁଚିଣ୍ଡାରେ ଜଳସେଚନ ପାଇଁ ବିଭିନ୍ନ ଯାଗାରେ ଆଡିବନ୍ଧ କରାଯାଇଛି
• ବୁଡୁଲାପାଲ୍ଲି ଆଡିବନ୍ଧ ପାଇଁ ୧୨୮ କୋଟି ଟଙ୍କା
• ବୁଢାରାଜା ଆଡିବନ୍ଧ ପାଇଁ ୫୮ କୋଟି, କିରଶାସନ ଆଡିବନ୍ଧ ପାଇଁ ୪୭ କୋଟି, ସଇଡା ଆଡିବନ୍ଧ ପାଇଁ ୩୮ କୋଟି ଓ ଗୋଚର ଆଡିବନ୍ଧ ପାଇଁ ୩୫ କୋଟି ଟଙ୍କା
• କୁଚିଣ୍ଡା, ବାମରା ଓ ଜମନକିରାର ୫୧ଟି ପଞ୍ଚାୟତରେ ପାଇପ ପାଣି ପାଇଁ ୩୧୦ କୋଟି ଟଙ୍କାର କାମ ଚାଲିଛି
• ନରେନ୍ଦ୍ରରୁ କୁଚିଣ୍ଡା ରାସ୍ତା ପାଇଁ ୪୨ କୋଟି, ଫସିମଲରୁ ଲଇଡା ରାସ୍ତା ପାଇଁ ୨୨.୫୦ କୋଟି, କେସାଇବାହାଲରୁ ସରଗିଡିହି ରାସ୍ତା ପାଇଁ ୧୬ କୋଟି, ଲାଡଫାସିମାଲରୁ ଷଣ୍ଢ ପଥର ରାସ୍ତା ପାଇଁ ୬ କୋଟି
• ୬୦ ଟି ସିମେଣ୍ଟ କଂକ୍ରିଟ ରାସ୍ତା ପାଇଁ ୫ କୋଟି
• ୪ଟି ବୃହତ ସେତୁ ପାଇଁ ୪୦ କୋଟି ଟଙ୍କା
• ହକି ଟ୍ରେନିଙ୍ଗ ସେଣ୍ଟର ଓ ଇନଡୋର ଷ୍ଟାଡିୟମ ପାଇଁ ୨୦ କୋଟି ଟଙ୍କା
• ହାଇଟେକ ସର୍ଭେ କରାଯାଇଛି, ସମସ୍ତଙ୍କୁ ଜମିପଟ୍ଟା ଦିଆଯିବ
• କୁଚିଣ୍ଡାର ୭୨ ହାଇସ୍କୁଲ, ୧୮ଟି ହାୟର ସେକେଣ୍ଡାରି ସ୍କୁଲ ଓ କଲେଜର ରୂପାନ୍ତର କରାଯାଇଛି,
• ୫୦ ହଜାର ଚାଷୀଙ୍କୁ କାଳିଆ ସହାୟତା,
• ୩୨୫୦ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି
• ୨୩ ହଜାର ଚାଷୀଙ୍କ ଫସଲ ବୀମା ପାଇଁ ରାଜ୍ୟ ସରକାର ପ୍ରିମିୟମ ଦେଉଛନ୍ତି
• କୁଚିଣ୍ଡାରେ ୨୪୦୦ ମିଶନ ଶକ୍ତି ଗୋଷ୍ଠୀ ଅଛନ୍ତି, ମା ମାନଙ୍କୁ ୧୩୫ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଉଛି
• ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୧,୫୦୦ ଲୋକ ସୁବିଧା ପାଉଛନ୍ତି, ଗତବର୍ଷ ୫ ହଜାର ଲୋକଙ୍କ ପାଇଁ BSKY ରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି