ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତିକ ମାସର ପଂଚୁକ ବ୍ରତ ଅଁଳା ନବମୀ ଠାରୁ ଆରମ୍ଭ ହୋଇଥାଏ, ଯାହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଇଥାଏ, ଏହି ଦିନଟି ପ୍ରତ୍ୟେକ ବର୍ଷ କାର୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ପାଳନ ହୋଇଥାଏ, ଚଳିତ ବର୍ଷ ଅଁଳା ନବମୀ ୩୧ ଅକ୍ଟୋବର ରେ ପାଳନ ହେବ, ମାନ୍ୟତା ରହିଛି ଯେ ଅଁଳା ବୃକ୍ଷ ରେ ମାଲକ୍ଷ୍ମୀ ଓ ଭଗବାନ ବିଷ୍ଣନୁ ଙ୍କ ବାସ ହୋଇଥାଏ, ତେଣୁ ଆଜିର ଦିନରେ ଏହି ବୃକ୍ଷକୁ ପୂଜା କରାଯିବାର ଉଦେଶ୍ୟ ରହିଛି l
ଧାର୍ମିକ ଶାସ୍ତ୍ର ଅନୁସାରେ ଅଁଳା ପବିତ୍ରତା, ଦୀର୍ଘାୟୁ ଓ ସୌଭାଗ୍ୟ ର ପ୍ରତୀକ ଅଟେ, ଏହି ବୃକ୍ଷଟି ଯଦି ଘର ଅଗଣା ରେ ରହିଥାଏ ତେବେ ସୁଖ, ସମୃଦ୍ଧି ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ପ୍ରତୀକ ଅଟେ l
ପୌରାଣିକ କଥା –
ଏକଦା ମାତା ଲକ୍ଷ୍ମୀ ଭଗବାନ ବିଷ୍ନୁ ଙ୍କୁ ପଚାରି ଥିଲେ ହେ ପ୍ରଭୁ ଏଭଳି କେଉଁ ବୃକ୍ଷ ଅଛି ଯେଉଁଥିରେ ମୁଁ ବାସ କରିପାରିବି ଏବଂ ଏହାକୁ ପୂଜା କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ l ଏବଂ ଭଗବାନ ବିଷ୍ଣୁ ଏହାର ଉତ୍ତରରେ କହିଥିଲେ ଯେ କେହିବି କାର୍ତିକ ମାସ ଶୁକ୍ଲପକ୍ଷ ର ନବମୀ ତିଥିରେ ଅଁଳା ବୃକ୍ଷ ପୂଜା କରିବ ତୁମ ଆଶୀର୍ବାଦ ପାଇବ l ଏବଂ ତାର ଜୀବନ ଦୀର୍ଘାୟୁ ହେବ ଓ ସେ ସୁଖ ସମୃଦ୍ଧି ଲାଭ କରିବ l
ମାନ୍ୟତା ରହିଛି ଯେ ଆଜିର ଦିନରେ ରାଧା ପାଦ ଦର୍ଶନ କରିବା ଦ୍ୱାରା ନାରାୟଣ ଙ୍କ କୃପା ଲାଭ ହୋଇଥାଏ l ଓଡ଼ିଆ ପରମ୍ପରା ଅନୁସାରେ ଅଁଳା ନବମୀ ଠାରୁ ପଞ୍ଚକ ବ୍ରତ ର ଆରମ୍ଭ ହୁଏ, ଯାହାକି କାର୍ତିକ ପୁର୍ଣିମା ଦିନ ସମାପ୍ତ ହୋଇଥାଏ l
– ଆଜିର ଦିନରେ ଲକ୍ଷ୍ମୀ ଓ ନାରାୟଣ ଙ୍କ କୃପା ପାଇବା ପାଇଁ ଅଁଳା ବୃକ୍ଷ ପୂଜା କରନ୍ତୁ, ଯାହାକି ଜୀବନ ରେ ସୁଖ ସମୃଦ୍ଧି ଦେବ l
– ଅଁଳା ନବମୀ ରେ ଅଁଳା ବୃକ୍ଷ କୁ ପୂଜା କରିବା ଦ୍ୱାରା ଅକ୍ଷୟ ସୌଭାଗ୍ୟ ଅର୍ଥାତ ଯେଉଁ ସୌଭାଗ୍ୟ ର ଅନ୍ତ ହୋଇ ନଥାଏ ତାହା ପ୍ରାପ୍ତି ହୋଇଥାଏ l
– ଆଜିର ଦିନରେ ଆପଣ ଯଦି ହଳଦିଆ ବସ୍ତ୍ର ପିନ୍ଧିବେ ଓ ଅଁଳା ବୃକ୍ଷ କୁ ପୂଜା କରିବେ ଜୀବନ ରେ ସୁଖ ସମୃଦ୍ଧି ସର୍ବଦା ରହିବ l
– ଆଜିର ଦିନରେ ଅଁଳା ରସକୁ ଗାଧୁଆ ପାଣିରେ ପକାଇ ସ୍ନାନ କଲେ ବାତ ପିତ ଓ କଫ ରୋଗରୁ ମୁକ୍ତି ମିଳେ ବୋଲି ପୁରାଣ ରେ ରହିଛି l
– ଯଦି ଅଁଳା ନବମୀ ଦିନ ଅଁଳା ବୃକ୍ଷକୁ ପୂଜା କରି ଲକ୍ଷ୍ମୀ ସ୍ତୋତ୍ର କିମ୍ବା ଶ୍ରୀସୁକ୍ତ ପାଠ କରିବେ ଦରିଦ୍ରତା ର ନାଶ ହୋଇଥାଏ l
