Odisha news

ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣକୁ ପ୍ରତିବାଦ ସହ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବି କଲା ଜନମଙ୍ଗଳ ପରିଷଦ

0

ପଞ୍ଚାୟତ ନିର୍ବାଚନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରିଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡରେ ଦଣ୍ଡିତ କରିବା ଦାବୀ କରି ଜନମଙ୍ଗଳ ପରିଷଦ ପକ୍ଷରୁ ପ୍ରତିବାଦ କରାଯାଇଛି। ଆଗରୁ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଥିବା ସାମ୍ୱାଦିକ ମାନେ ଚଳିତ ନିର୍ବାଚନ ବେଳେ ଖବର ସଂଗ୍ରହ ବେଳେ ମରଣାତ୍ମକ ଆକ୍ରମଣର ସାମ୍ନା କରୁଛନ୍ତି ଯାହା ଉଦବେଗ ର ବିଷୟ ।

ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଏକ ସୁସ୍ଥ ଗଣତନ୍ତ୍ର ଓ ରାଜନୈତିକ ପ୍ରକ୍ରିୟା ପାଇ ଆଦୌ ଶୁଭଙ୍କର ନୁହେଁ । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଛାତ୍ର ଯୁବକ ମାନେ ଏକାଠି ହୋଇ ଏଭଳି ଘଟଣାକୁ ନିନ୍ଦା କରିଥିଲେ । ପରିଷଦର କର୍ମକର୍ତା ଅଲେଖଚନ୍ଦ୍ର ଜେନା, ନିରଞ୍ଜନ ସାହୁ, ଜୟପ୍ରଦା ସାମନ୍ତରାୟ, ଲିମା ସାହୁ, ଅର୍ପିତ ସାହୁ, ଦୀନବନ୍ଧୁ ଷଡ଼ଙ୍ଗୀ, ବନଜାବସିନୀ ତ୍ରିପାଠୀ, ସୂର୍ଯ୍ୟ ସାହୁ, ଋତୁରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଆଗାମୀ ଦିନରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା କୁ ନିଶ୍ଚିତ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଓ ପୋଲିସ ଡିଜି ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

Leave A Reply