Odisha news

ସିଙ୍ଗଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରାବସ୍ଥା ସମୀକ୍ଷା କଲେ ଦୁଇ ଜିଲ୍ଲା ପରିଷଦ ସଦସ୍ୟ

0

ପାଂଚପୀଢ ,୧/୩ ସିଙ୍ଗଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରାବସ୍ଥା ସମୀକ୍ଷା କରିବା ଉଦ୍ଦେଶ୍ୟରେ ଆଜି ୫୧ ଓ ୫୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପରମେଶ୍ବର ନାଏକ ଓ ବିକାଶ କୁମାର ସି ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିଥିଲେ।ସେମାନେ ସେଠାରେ କୈାଣସି ଡାକ୍ତର ନଥିବା ଦେଖି ହତବାକ୍ ହୋଇଯାଇଥିଲେ। ଏଠାରେ ଜଣେ ଡାକ୍ତର ଥିବା ସେମାନେ ଜାଣିଥିଲେ, ମାତ୍ର କେଉଁ ପରିସ୍ଥିତିରେ ତାଙ୍କୁ ସେଠାରୁ ଅଣାଗଲା ତାହା ସେଠାରେ ଥିବା ଆୟୁଷ ଡାକ୍ତର ସଂଯୁକ୍ତା ଗିରି ଓ ଫାର୍ମାସିଷ୍ଟ ଚିତ୍ତରଞ୍ଜନ ନାୟକଙ୍କୁ ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସେଠାରେ କାର୍ଯ୍ୟ କରୁଥିବା ଡ଼ାକ୍ତର ଆଦ୍ୟା ସିଂ ଙ୍କୁ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ଠାରେ ନୂତନ ପ୍ରାଥମିକ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେଣୁ ସେମାନେ ଯଥାଶୀଘ୍ର ତାଙ୍କୁ ଫେରାଇଵା ବ୍ୟବସ୍ଥା କରିବା ପାଇଁ ନଚେତ୍ ଆଉ ଜଣେ ଡାକ୍ତରଙ୍କୁ ଦେବାପାଇଁ ଦାବି କରିଛନ୍ତି। ଏହା ସହ ଏହି ଅଞ୍ଚଳର ଏକ ଦୁର୍ଘଟଣା ପ୍ରଵଣ ଅଞ୍ଚଳ ଭାବେ ପରିଗଣିତ। ଦୈନିକ ଏଠାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ଚଉଛକି ଥିବାରୁ ଦୁର୍ଘଟଣା ଘଟିଥାଏ। ଏହା ଛଡ଼ା ୬ ଟି ପଞ୍ଚାୟତ ବାସୀ ଏହି ଚିକିତ୍ସାଳୟ ଉପରେ ଚିକିତ୍ସା ପାଇଁ ନିର୍ଭରଶୀଳ।ଏହା ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଆମ୍ବୁଲାନ୍ସ ସେବା ଅତ୍ୟନ୍ତ ଜରୁରୀ। ବାରମ୍ବାର ଏ ବିଷୟରେ ସମ୍ବାଦପତ୍ରରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ତେଣୁ ଯେତେ ଶୀଘ୍ର ଏହି ଚିକିତ୍ସାଳୟକୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ପାଇଁ ସେମାନେ ଦାବି କରିଥିଲେ। ଯଦି ସ୍ୱାସ୍ଥ୍ୟ ବିଭାଗ ଏବିଷୟରେ ଶିଘ୍ର ପଦକ୍ଷେପ ନ ନିଅନ୍ତି ତେବେ ଜାତୀୟ ରାଜପଥ ଅବରୋଧ ଚେତାବନୀ ଦେଇଛନ୍ତି। ଏହି ସମୟରେ ସେମାନଙ୍କ ସହ ସମାଜସେବୀ ଡିବି ବାହାଦୁର ହେମ୍ବ୍ରମ ମଧ୍ୟ ଉପସ୍ଥିତ ଥିଲେ।

Govt
Leave A Reply