ନୂଆଦିଲ୍ଲୀ : ପାକିସ୍ତାନ କରୋନା ସଂକ୍ରମଣ ବଢୁଥିବା କାରଣରୁ ଭାରତରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ୨ ସପ୍ତାହ ପାଇଁ ରୋକ ଲଗାଇଛି l ଭାରତର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାରଦିନ ଜାରି କରାଯାଇଥିବା ଖବର ମୁତାବକ ଭାରତରେ କରୋନା ମାମଲା ୧ .୫୦ କୋଟି ପାର କରି ସାରିଲାଣି ଓ ୧୫ ଦିନ ମଧ୍ୟରେ ୨୫ ଲକ୍ଷ ନୂଆ ମାମଲା ଆସିଛି l ସେହି ସ୍ଥାନରେ ଆକ୍ଟିଭ ମାମଲା ୧୯ ଲକ୍ଷରୁ ଅଧିକ ହୋଇ ଯାଇଛି l
ପାକିସ୍ତାନର ନେସନାଲ କମାଣ୍ଡ ଓ ଅପରେସନ ସେଣ୍ଟର ର ପ୍ରମୁଖ ଆଶାଦ ଉମରଙ୍କ ଅଧକ୍ଷତରେ ଆୟୋଜିତ ଏକ ବୈଠକରେ ଭାରତ କୁ ଯାତ୍ରା କରିବାକୁ ନେଇ ଦୁଇ ସପ୍ତାହ ପର୍ଯ୍ୟନ୍ତ ରୋକ ଲଗା ଯାଇଛି l ବିମାନ ଓ ସଡକ ମାର୍ଗରେ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ରୋକ ଲଗାଯିବ l ଏହି ବୈଠକରେ କୁହାଯାଇଛି ଯେ ଭାରତ ସହିତ ଦକ୍ଷିଣ ଆଫ୍ରିକା ,ଘାନା ,କେନିୟା ,ଜାମ୍ବିଆ ,ବ୍ରାଜିଲ,ପେରୁ ,ଚି଼ଲ୍ଲୀ ଇତ୍ୟାଦି ଅଧିକାଂଶ ଦେଶ ସାମିଲ ଅଛନ୍ତି l
ପୂର୍ବରୁ ଅନେକ ଦେଶରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ପାକିସ୍ତାନର ରୋକ ଲାଗିଥିଲା l ସେମାନେ ହେଲେ ଅଷ୍ଟ୍ରେଲିଆ ,ଜାପାନ ,ମଙ୍ଗୋଲିଆ ,ଶ୍ରୀଲଙ୍କା ,ନେପାଳ ସିଙ୍ଗାପୁର ଇତ୍ୟାଦି ଦେଶ ଗୁଡିକର ଯାତ୍ରୀ ଅଟନ୍ତି l ଏହି ଦେଶ ଗୁଡ଼ିକରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ପାକିସ୍ତାନ ଗସ୍ତ କରିବା ପୂର୍ବରୁ କରୋନା ଟେଷ୍ଟ ଜରୁରୀ ଅଟେ ,ଯାହା ୭୨ ଘଣ୍ଟା ପୂର୍ବରୁ ହେବା ଜରୁରୀ ନୁହେଁ l