Odisha news

ପାକିସ୍ତାନର ହିନ୍ଦୁ ଯୁବତୀ ମନୀଷା ରୋପେଟା ରଚିଲେ ଇତିହାସ : ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର

0

ନୂଆଦିଲ୍ଲୀ : ସିନ୍ଧ ପ୍ରଦେଶରେ ରହୁଥିବା ମନୀଷା ରୋପେଟା ପ୍ରଥମ ହିନ୍ଦୁ ମହିଳା ଅଟନ୍ତି ଯିଏ ପାକିସ୍ତାନ ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଛନ୍ତି l ତାଙ୍କୁ ଏହି ନିଯୁକ୍ତି ସିନ୍ଧ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ଉତ୍ତୀନ୍ନ କରିବା ପରେ ମିଳିଛି l ଏହି ପରୀକ୍ଷାରେ ପାସ କରିଥିବା ସେ ପ୍ରଥମ ମହିଳା ଅଟନ୍ତି l ୨୬ ବର୍ଷୀୟା ମନୀଷା ଡାକ୍ତର ହେବାର ଆଶା ରଖିଥିଲେ, କିନ୍ତୁ ନିଜ ମନ ପରିବର୍ତନ କରି ସେ ପୋଲିସ ହୋଇ କିଛି ଅଲଗା କରିବାକୁ ଚାହୁଁଥିଲେ l

ମନୀଷା ଡିଏସପି ଭାବରେ ନିଜର ଟ୍ରେନିଂ କୁ ନେଇ ଖୁବ ଉତ୍ସାହିତ ଅଛନ୍ତି l ଖାଲି ସମୟରେ ସେ କବିତା ଗଳ୍ପ ଲେଖି ଥାଆନ୍ତି l ପାକିସ୍ତାନୀ ଗଣମାଧ୍ୟମ ସୂଚନା ଅନୁସାରେ ତାଙ୍କୁ ଏହି ପରୀକ୍ଷାରେ ଉତ୍ତୀନ୍ନ ହେବାପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା l କିନ୍ତୁ ବର୍ତମାନ ସେ ନିଜର ଫଳାଫଳ ଜାଣି ଖୁବ ଖୁସି ଅଛନ୍ତି l ତାଙ୍କ ପରିବାର ୧୦ ବର୍ଷ ପୂର୍ବରୁ କରାଚୀ ସ୍ଥାନାନ୍ତର ହୋଇ ଯାଇଥିଲେ l ମନୀଷା ଫିଜଥେରାପିରେ ଡକ୍ଟରେଟ ହାସଲ କରିଛନ୍ତି l ମନୀଷାଙ୍କ କୃତିତ୍ୱ ପାଇଁ ପରିବାର ବର୍ଗ ଖୁବ ସନ୍ତୁଷ୍ଟ ଅଛନ୍ତି l

Leave A Reply