ନୂଆଦିଲ୍ଲୀ : ପାକିସ୍ତାନର ଗୋଟିଏ ପଟରେ ନିଜ ଦେଶର ଅସୁବିଧା ଜାରି ରହିଛି l ବର୍ତମାନ ବାହାର ଦେଶ ମଧ୍ୟ ହଇରାଣ କରିବାକୁ ଆରମ୍ଭ କରି ଦେଲେଣି l ପାକିସ୍ତାନର ଅବସ୍ଥା ଆଜିକାଲି କିଛି ଏହିପରି ଦେଖିବାକୁ ମିଳୁଛି l ପ୍ରଥମେ UAE ପାକିସ୍ତାନକୁ ଧମକ ଦେଇ କହିଥିଲା ଯେ ସୀମା ଭିତରେ ରୁହ ,ନ ହେଲେ ତମ ବିରୁଦ୍ଧରେ ସମସ୍ତ କଟକଣା ଲଗାଇ ଦିଆଯିବ l ବର୍ତ୍ତମାନ ୟୁରୋପୀୟ ସଂସଦରେ ପାକିସ୍ତାନକୁ ଭଲ ଭବରେ ଚେତାବନୀ ଦିଆ ଯାଇଛି ,ସେ ଯେଉଁପରି ଭାବରେ ଆତଙ୍କ ବାଦର ବ୍ୟବହାର କରୁଛି ତାକୁ ଦେଖି ତା ପ୍ରତି ସମସ୍ତ ଆର୍ଥିକ କଟକଣା ଲଗାଇ ଦିଆଯାଇପାରେ l ଆତଙ୍କବାଦୀ ମାନଙ୍କର କାର୍ଯ୍ୟକଳାପକୁ ନେଇ ସାରା ବିଶ୍ୱରେ ବଦ୍ନାମ ହୋଇଛି ପାକିସ୍ତାନ ଓ ବର୍ତ୍ତମାନ ପାକିସ୍ତାନ ପାଇଁ ନୂଆ ବିପଦ ଘନେଇ ଆସୁଛି l
ବର୍ତ୍ତମାନର ମାମଲାକୁ ନେଇ ଆମେରିକା ଓ ୟୁରୋପ ସହିତ ଦୁନିଆର ଅଧିକାଂଶ ମୁସଲିମ୍ ଦେଶଙ୍କ ପକ୍ଷରୁ ରହିଥିବା ମନବୃତିକୁ ଦେଖି ୟୁରୋପୀୟ ୟୁନିୟନର ପାକିସ୍ତାନ ଉପରେ ବ୍ୟାନ ଲାଗିବ ପାଇଁ ଦାବି କରାଯଇଅଛି l ୟୁରୋପୀୟ ସଂସଦର ସଦସ୍ୟ ଜୋଡାନ ତୁର୍କୀ ଓ ପାକିସ୍ତାନ ବିରୁଦ୍ଧରେ କଠୋର ପ୍ରତିବନ୍ଧକ ଲଗାଇବାର ଆହ୍ୱାନ ଦେଇ କହିଛନ୍ତି ଏହି ପ୍ରକାରର ଦେଶ ମାନଙ୍କ ଉପରେ ସାରା ବିଶ୍ୱ ଏକଜୁଟ ହୋଇ ସମ୍ମୁଖୀନ କରାଯାଇ ପାରିବ l ଜୋଡାନ କହିଛନ୍ତି ଯେ ଅଙ୍କାରା ,ଇସ୍ଲାମଵାଦ ,କୁଏତ ଓ ଦୋହା ବିରୁଦ୍ଧରେ ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରତିବନ୍ଧକ ପାଇଁ ଦାବି କିରିଛନ୍ତି ଓ କହିଛନ୍ତି ଏହି ପ୍ରକାରର ଦେଶ ମାନଙ୍କୁ କୌଣସି ପ୍ରକାରର ଅର୍ଥନୈତିକ ସହାୟତା ଉପରେ ମଧ୍ୟ ବର୍ତ୍ତମାନ ରୋକ ଲାଗିବ ଆବଶ୍ୟକ l
ଫ୍ରାନ୍ସର ପତ୍ରିକା ଚାର୍ଲି ହେବଦୋରେ ପଙ୍ଗାବର ମହମଦର ବିବାଦ ପଦ କଟୁକୁ ନେଇ ଗତ ମାସରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଓ ଏହାକୁ ନେଇ ୟୁରୋପ ସମେତ ଦୁନିଆର ଅଧିକାଂଶ ଦେଶ ମୁସଲମାନ ମାନଙ୍କର କଟର ପନ୍ଥୀ ନୀତିକୁ ନେଇ ସଜାଗ ହୋଇଯାଇଛନ୍ତି l କିନ୍ତୁ ଅନ୍ୟ ପଟରେ ପାକିସ୍ତାନ ସହିତ ଅନ୍ୟ ମୁସଲିମ୍ ଦେଶ ମିଶି ଆମେରିକା ଓ ଫ୍ରାନ୍ସ ବିରୁଦ୍ଧରେ ବିକ୍ଷୋବ ପ୍ରଦର୍ଶନ କରିଥିଲେ l ଅଧିକାଂଶ ମୁସଲମାନ ରାଷ୍ଟ୍ର ଫ୍ରାନ୍ସର ଜିନିଷକୁ ବହିଷ୍କାର କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଦାବି କରିଥିଲେ ଓ ସେଥିରେ ମଧ୍ୟ ପାକିସ୍ତାନ ଫ୍ରାନ୍ସ ବିରୁଦ୍ଧରେ ସାମିଲ ଥିଲା l ତେଣୁ ପାକିସ୍ତାନ ମଧ୍ୟ ବର୍ତମାନ ୟୁରୋପର ରାଷ୍ଟ୍ର ମାନଙ୍କ ନଜରକୁ ଆସିଛି l