ନୂଆଦିଲ୍ଲୀ : ପାକିସ୍ତାନରେ ବଳାତ୍କାରୀ ମାନଙ୍କୁ କଠୋର ଦଣ୍ଡ ଦିଆଯିବ ପାଇଁ ଇମ୍ରାନ୍ ସରକାର ଗୋଟିଏ ନୂଆ ନିୟମ ଲାଗୁ କରିଛନ୍ତି l ଏହି ନିୟମ ଅନୁସାରେ ବଲାତ୍କାରୀ ମାନଙ୍କୁ ଇଞ୍ଜେକ୍ସନ ଦେଇ ନପୁଂସକ କରି ଦିଆଯିବ l ଡାକ୍ତରୀ ବିଜ୍ଞାନ ଅନୁସାରେ ଏହି ପ୍ରକ୍ରିୟାକୁ ରାସାୟନିକ ବନ୍ଧ୍ୟା କରଣ କୁହାଯାଏ l ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଏହି ନିୟମକୁ କରିବା ପାଇଁ ସଂସଦକୁ ମଞ୍ଜୁରୀ ଦେଇଛନ୍ତି l ଏହା ବ୍ୟତୀତ ଯୌନ ଶୋଷଣ ମାମଲାରେ ମଧ୍ୟ ଜଲ୍ଦି ଶୁଣାଣି ହେବ l
ପାକିସ୍ତାନର ଜିଓ ଟିଭିର ସୂଚନା ଅନୁସାରେ କ୍ୟାବିନେଟର ବୈଠକରେ ପାକିସ୍ତାନର କାନୁନ ମନ୍ତ୍ରଣାଳୟ ଏହି ବିଲ୍ କୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ଅନୁମୋଦନ କରାଇବା ପାଇଁ ନିବେଦନ କରିଥିଲେ l ଏହି ସମୟରେ ଏହି ବିଲ୍ କୁ ନେଇ ଅନେକ ଚର୍ଚା ହୋଇଥିଲା l ଏହି ନିୟମ ବର୍ତ୍ତମାନ ଅଧିକାରୀଙ୍କ ଭାବରେ ଘୋଷଣା କରାଯାଇନାହିଁ l ସୂଚନା ଅନୁସାରେ ବଳାତ୍କାରର ହୃଦୟ ବିଦାରକ ଘଟଣା ପରେ ପାକିସ୍ତାନ ନିଜର ଦଣ୍ଡ ଦେବାର ନିୟମରେ ବଡ଼ ପରିବର୍ତନ କରିବା ପାଇଁ ଦାବି କରିଛି l ଏହାକୁ ଆଖିଆଗରେ ରଖି ପୋଲିସ ବିଭାଗରେ ମହିଳା କର୍ମଚାରିନାଙ୍କ ସଂଖ୍ୟା ବଢ଼ାଇ ଦିଆଯିବ ,ବଳାତ୍କାର ମାମଲାର ଶୁଣାଣି ଦ୍ରୁତ ଗତିରେ କରାଯିବ ଓ ସାକ୍ଷୀ ମାନଙ୍କୁ ସୁରକ୍ଷା ଦିଆଯିବ l
ଇମ୍ରାନ୍ ସରକାର କହିଛନ୍ତି ଏହା ଗୋଟିଏ ଗଂଭୀର ମାମଲା ଓ ଏଥିରେ କୌଣସି ପ୍ରକାରର ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ l ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଳାତ୍କାର ପୀଡିତା ବିନା କୌଣସି ଭୟରେ ମକଦମା ଦର୍ଜ କରି ପାରିବେ ଓ ସରକାରଙ୍କର ପ୍ରାଥମିକ କର୍ତବ୍ୟ ହେଉଛି ପୀଡିତାକୁ ସୁରକ୍ଷା ଦେବା l ଏହି ବୈଠକ ସମୟରେ କିଛି ମନ୍ତ୍ରୀ କହିଥିଲେ ଦୋଷୀକୁ ସମସ୍ତଙ୍କ ଆଗରେ ଫସି ଦେବା ଆବଶ୍ୟକ l କିନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ କହିଲେ ସେପରି ନକରି ରସାଇନୀକ ବନ୍ଧ୍ୟା କରଣ କରାଯିବ ଉଚିତ l ଶେଷରେ ପାକିସ୍ତାନ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା l