Odisha news

ଫ୍ରାନ୍ସ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟକା : ଠୋକର ମାରିଲେ ଇମ୍ରାନ୍ ଙ୍କ ପ୍ରସ୍ତାବକୁ

0

ନୂଆଦିଲ୍ଲୀ : ଫ୍ରାନ୍ସ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ସିଧାସଳଖ ମନା କରି ଦେଇଛି l ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ପାକିସ୍ତାନ ନିଜର ମୀରାଜ ଫାଇଟର ଜେଟ୍ ,ଆୟାର ଡିଫେନ୍ସ ସିଷ୍ଟମ ଓ ଅଗଷ୍ଟl ୯୦ବି ପଣି ଜାହାଜକୁ ଅପଗ୍ରେଡ଼ କରିବା ପାଇଁ ସାହାଯ୍ୟ ମାଗିଥିଲେ କିନ୍ତୁ ଫ୍ରାନ୍ସ ଏହି ଅନୁରୋଧକୁ ରକ୍ଷା ନକରି ସାହାଯ୍ୟ କରିବା ପାଇଁ ମନା କରିଦେଲା l ଏକ ବିଶେଷ ସୂଚନାରେ କୁହା  ଯାଇଛି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଫ୍ରାନ୍ସର ରାଷ୍ଟ୍ରପତି ମେକ୍ରଙ୍କୁ ପେଙ୍ଗବର ମହମଦର କାଟୁନକୁ ସମର୍ଥନ ଦେବା ଯୋଗୁ ଆଲୋଚନା କରିଥିଲେ ,ଯେଉଁ କାରଣରୁ ଫ୍ରାନ୍ସ ଏହି ପଦକ୍ଷପ ଉଠାଇଛି l

ଫ୍ରାନ୍ସ କତରକୁ ମଧ୍ୟ କହିଛି ଯେ ପାକିସ୍ତାନୀ ମୂଳ ଟେକନିସିଆନଙ୍କୁ ନିଜ ଫାଇଟର ଜେଟ୍ ରେ କାମ କରିବାକୁ ନଦେଉ ,କାରଣ ସେମାନେ ବିଭିନ୍ନ ତଥ୍ୟ ବିଷୟରେ ପାକିସ୍ତାନରେ ଲିକ୍ କରିପାରନ୍ତି l ଏହି ଫାଇଟର ଜେଟ ଭାରତୀୟ ସୈନ୍ୟ ବାହିନୀର ମୁଖ୍ୟ ଅଂଶ ଅଟେ l ଅତୀତରେ ପାକିସ୍ତାନ ସମ୍ବେଦନ ଶୀଳ ତଥ୍ୟ ଚୀନ ଶୀତ ବାଣ୍ଟୁଥିଲ l ଫ୍ରାନ୍ସ ପାକିସ୍ତାନ ଶରଣାର୍ଥୀ ମାନଙ୍କର ଅନୁରୋଧକୁ ନେଇ ମଧ୍ୟ କଡା ସମୀକ୍ଷା କରିବାକୁ ମଧ୍ୟ ଆରମ୍ଭ କରି ଦେଇଛି l ସେପ୍ଟେମ୍ବର ମାସରେ ୧୮ ବର୍ଷୀୟ ଜଣେ ପାକିସ୍ତାନୀ ମୂଳ ଫ୍ରାନ୍ସର ମାଗାଜିନ ପୁରୁଣା ଅଫିସ ବାହାରେ ଦୁଇଜଣ ଫ୍ରାନ୍ସ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲା l

ସେହି ୧୮ ବର୍ଷୀୟ ପିଲାଟିର ପିତା ପାକିସ୍ତାନରେ ରୁହନ୍ତି ଓ ସେ ଗୋଟିଏ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କ ପୁଅ ଗୋଟିଏ ଭଲ କାମ କରିଛି ଓ ସେ ତାଙ୍କ ପୁଅକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି l ଯେଉଁ ମାଗାଜିନ ଅଫିସ ବାହାରେ ଫ୍ରାନ୍ସ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥିଲା ସେହିଠାରେ ପେଙ୍ଗବର ମହମଦଙ୍କ କାଟୁନ ଛାପ ଯାଇଥିଲା l ଫ୍ରାନ୍ସର ସରକାର ପାକିସ୍ତାନର ମୀରାଜ-୩ ଓ ମୀରାଜ-୫ ଫାଇଟର ଜେଟ୍ କୁ ଅପଗ୍ରେଡ଼ ନକରିବା ପାଇଁ ଫଇସଲା କରିଛନ୍ତି l ଏହି ଫଇସଲା ପାକିସ୍ତାନର ବାୟୁ ସେନା ପାଇଁ ଗୋଟିଏ ବଡ଼ ଝଟକା ଅଟେ l

Leave A Reply