ପାକିସ୍ତାନ ଏୟାର ଷ୍ଟ୍ରାଇକ ରେ ୩ଜଣ ଆଫଗାନି କ୍ରୀକେଟିଅର ମୃତ, ଭାରତୀୟ ଦିଗଜ ଖେଳାଳୀ ଇରଫାନ ପଠାନ ଙ୍କର ଭାବ ବିହ୍ଵଳ ପୋଷ୍ଟ
ବର୍ତମାନ ଆଫଗାନିସ୍ତାନ ଓ ପାକିସ୍ତାନ ଉତେଜନା ତୀବ୍ର ହୋଇ ଚାଲିଛି, ପାକିସ୍ତାନ ର ଏୟାର ଷ୍ଟ୍ରାଇକ ରେ ତିନିଜଣ ଆଫଗାନିସ୍ତାନ କ୍ରିକେଟ ଖେଳାଳୀ ମୃତ୍ୟୁ ବରଣ କରିଛନ୍ତି, ଏହି ଘଟଣା ରେ ୭ଜଣ ଙ୍କ ଜୀବନ ଯାଇଛି ବୋଲି ସୂଚନା ମିଳିଛି l
ଏହି ୩ ଖେଳାଳି ହେଲେ କବୀର , ଶିବଗାତୁଲା , ହାରୁନ ବୋଲି ଜଣାପଡିଛି, ଏହି ସମସ୍ତ ଖେଳାଳି ପକଟିକା ର ରାଜଧାନୀ ସରlନା ରେ ଗୋଟିଏ ଫ୍ରେନ୍ଡଲି ମ୍ୟାଚ ଖେଳିବାକୁ ଯାଇଥିଲେ l ଘରକୁ ଫେରିବା ପରେ ଉରୁଗୁଲ ଜିଲ୍ଲା ରେ ଗୋଟିଏ ସଭା ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଏହାକୁ ନେଇ ଆଫଗାନିସ୍ତାନ ରେ ଉତେଜନା ଦେଖା ଦେଇଛି l
ଆଫଗାନିସ୍ତାନ ର ଅନ୍ତର୍ଜାତୀୟ ଖେଳାଳି ମାନେ ଏହାକୁ ଘୋର ନିନ୍ଦା କରିଛନ୍ତି l ଏହାକୁ ନେଇ ଭାରତ ର ଦିଗ୍ଗଜ ଖେଳାଳି ଇରଫାନ ପଟେଲ ନିଜର ପ୍ରତିକ୍ରିୟା ରଖିଛନ୍ତି ସୋସିଆଲ ମିଡ଼ିଆ ରେ, ଇରଫାନ ଗୋଟିଏ ଭାବି ବିହ୍ଵଳ କଲାଭଳି ପୋଷ୍ଟ ନିଜ X ହ୍ୟାଣ୍ଡେଲ ରେ ଲେଖିଛନ୍ତି, ଇରଫାନ ଙ୍କର ଆଫଗାନିସ୍ତାନ ଖେଳାଳି ଙ୍କ ସହିତ ମଧ୍ୟ ଗୋଟିଏ ଭିନ୍ନ ପ୍ରକାରର ବଁଡିଙ୍ଗ ରହିଛି l ଇରଫାନ ଲେଖିଛନ୍ତି ‘ ମୋର ପ୍ରାର୍ଥନା ଆଫଗାନିସ୍ତାନ ର ନିରୀହ ଜନତା ଙ୍କ ସହିତ ରହିଛି , ସୁରକ୍ଷିତ ରୁହନ୍ତୁ ‘ ଲେଖି ନମସ୍କାର ଚିହ୍ନ ଟିଏ ଦେଇଛନ୍ତି l
ଇରଫାନ ଙ୍କର ଏହି ପୋଷ୍ଟ ଦେଖି ଅନେକ ଫଲୋଅର୍ଶ କମେନ୍ଟ ଦେଇଛନ୍ତି, ସମସ୍ତେ ପାକିସ୍ତାନ ର କଡା ସମାଲୋଚନା ନିଜ କମେନ୍ଟ ରେ ଦେଇଛନ୍ତି l
