Odisha news

କଣ ଭାରତ ବିରୁଦ୍ଧରେ ପାକିସ୍ତାନ କୁ ଠିଆ କରୁଛି ଆମେରିକା ?ଏବଂ  କଣ ପୁନର୍ବାର ହେବକି ଭାରତ -ପାକ ଯୁଦ୍ଧ  

0

ପାକିସ୍ତାନ ର ସେନା ପ୍ରମୁଖ ଫିଲଡ ମାର୍ଶାଲ ଆସୀମ ମୁନୀର ନିଜର ଦ୍ଵିତୀୟ ଅଫିସିଆଲ ଆମେରିକା ଯାତ୍ରାରେ ଅଛନ୍ତି, ସେଠାରେ ସେ ଶୀର୍ଷ ଆମେରିକୀୟ ରାଜନୀତିଜ୍ଞ ଓ ସୈନ୍ୟ ଅଧିକାରୀ ଙ୍କ ସହିତ ବୈଠକ ରେ ସାମିଲ ହେବେ, ଏବଂ ଏଥିସହିତ ଆସୀମ ମୁନୀର ଆମେରିକା ମାଟିରୁ ଭାରତକୁ ପରମାଣୁ ଅଟାକ କରିବାର ଧମକ ମଧ୍ୟ ଦେଇଛନ୍ତି l

ସେ ଚେତାବନୀ ଦେଇଛନ୍ତି ଯେ ବର୍ତମାନ ଯଦି ପାକିସ୍ତାନ କୁ ଭାରତ ନିକଟରୁ ନିଜ ଅସ୍ତିତ୍ବ କୁ ନେଇ କୌଣସି ଭୟ ରହିଲା ତେବେ ସେ ଅଧା ଦୁନିଆକୁ ନିଜ ସହିତ ନେଇ ବୁଡିବ ପାକିସ୍ତାନ ବୋଲି କହିଛନ୍ତି, ପାକିସ୍ତାନ ପୂର୍ବରୁ ଏଭଳି ଧମକ ଦେଇ ସାରିଛି କିନ୍ତୁ ବର୍ତମାନ ର ଧମକ ରୁ ପାକିସ୍ତାନ ଭୟ ପ୍ରାଞ୍ଜଳ ଭାବରେ ଜଣାପଡୁଛି l

ବର୍ତମାନ ଆସୀମ ମୁନୀର ଦ୍ଵିତୀୟ ଥର ଆମେରିକା ଗସ୍ତରେ ରହିଛନ୍ତି, ଏବଂ ସେ ଏହି ଗସ୍ତ ସମୟ ରେ ଉଚାପଦସ୍ଥା ଅଧିକାରୀ, ସେନା ଅଫିସର ଙ୍କ ସମେତ ଅନେକ ବ୍ୟକ୍ତିଙ୍କୁ ସାକ୍ଷାତ କରିଛନ୍ତି l କିନ୍ତୁ ପାକିସ୍ତାନ ଭୁଲି ଯାଉଛି ଯେ ଆମେରିକା କାହାର ନୁହେଁ, କିଛିଦିନ ତଳେ ଯେଉଁ ଆମେରିକା ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ଭାବି ରଖିଥିଲା ସେ ଆଜି ଭାରତୀୟ ଜିନିଷ ଉପରେ ଟାରିଫ ମାଡ଼ କରିଚାଲିଛି l

ଏବଂ ଗୋଟିଏ ପଟରେ ଭାରତ ଯେତେବେଳେ ଟାରିଫ ଯୋଗୁଁ ଚୀନ ଓ ରୁଷ ସହିତ ମଧୁର ସମ୍ପର୍କ ଯୋଡ଼ିଛି ସେତେବେଳେ ଆମେରିକା ଚାଲ କରି ଭାରତ କୁ ଚିଡେଇ ପାକିସ୍ତାନ ସହିତ ମଧୁର ସମ୍ପର୍କ ଯୋଡୁଛି l ଅପରେସନ ସିନ୍ଦୁର ପରେ ଏହା ଆସୀମ ମୁନୀର ଙ୍କର ଦ୍ଵିତୀୟ ଆମେରିକା ଗସ୍ତ ଅଟେ l ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ପାକିସ୍ତାନ ରେ ସରକାର ଆମେରିକା ଚଳାଇଥାଏ , ଇମ୍ରାନ ଖାନ ବିଜୟ ଲାଭ କରି ମଧ୍ୟ ଆଜି ଜେଲ ରେ ଆମେରିକା ପାଇଁ l  ସୂଚନା ଯୋଗ୍ୟ ଯେ ବର୍ତମାନ ଇମ୍ରାନ ଖାଁ ଙ୍କର ପୁଅ ଖୁବ ଶୀଘ୍ର ବ୍ରିଟେନ ରୁ ପାକିସ୍ତାନ ରେ ପହଂଚୁଛନ୍ତି , ଏହା ପାକିସ୍ତାନ ରାଜନୀତି ରେ କିଛି ନୂଆ ଅଧ୍ୟାୟ ସୃଷ୍ଟି କରିପାରେ l

Leave A Reply