Odisha news

୨୩ କୋଟି ଟଙ୍କାର ପେଣ୍ଟିଙ୍ଗ : ରାଜ ପ୍ରାସାଦର ଗୁମର କଥା , କୋର୍ଟରେ ମାମଲା

0

ଉତ୍ତରପ୍ରଦେଶର ରାମପୁରରେ ଶେଷ ନବାବ ରାଜା ଅଲି ଖାନଙ୍କ ସମ୍ପତ୍ତିର ଭଗବାଣ୍ଟାକୁ ନେଇ ବିବାଦ ଚାଲିଛି ଓ ଏହି ମାମଲା ବର୍ତ୍ତମାନ କୋର୍ଟରେ ପହଂଚିଛି l ଏମିତିରେ ନବାବ ରାଜା ଅଲିଙ୍କ ଖାସ ବଗିଚାରେ କିଛି ଏପରି ପେଣ୍ଟିଙ୍ଗ ମିଳିଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ l ରାଜା ଅଲି କଳାର ଅଟେ ସୋଉକିନ ଥିଲେ ଯେ ଏହା ତାଙ୍କ ମହଲର କାନ୍ଥରେ ଲାଗିଥିବା ପେଣ୍ଟିଙ୍ଗରୁ ଜଣ ପଡୁଛି l ଏହି ପେଣ୍ଟିଙ୍ଗରେ ମୂଲ୍ୟ ପାଖାପାଖି ୨୩ ଟଙ୍କା ମୂଲ୍ୟ ହେବ l ଏହିଥିରୁ ଆପଣ ଅନ୍ଦାଜ ଲଗାନ୍ତୁ ରାମପୁରର ନବାବ କେତେ ସୋଉକିନ ଥିଲେ l

ସେଥିପାଇଁ ଦଶେ ନିଜ କୋଠୀର ନିର୍ଦ୍ଧିଷ୍ଟ ବଗିଚାରେ ମୂଲ୍ୟବାନ ପେଣ୍ଟିଙ୍ଗ ଲଗାଇଥିଲେ l ଯେଉଁ ନବାବ ମାନଙ୍କର ଫଟୋ ଲଗା ଯାଇଛି ତାହାକୁ ଦୁନିଆର ପ୍ରସିଦ୍ଧ ପେଣ୍ଟର ପୀଟର ଲେଲି ଓ ଯାନ ହେନସନ ତିଆରି କରିଛନ୍ତି l ଏହି କଳାକୃତିର ମୂଲ୍ୟ ୨୩ କୋଟି ଟଙ୍କାର ଆକଳନ କରାଯାଇଛି l ଏହି ପେଣ୍ଟିଙ୍ଗ ଗୁଡିକର ଖସିୟିତ ଏହା ଯେ ଦେଖିଲେ ଲାଗିବ ଏମାନେ ଆଉ କିଛି ସମୟ ପରେ ଯେମିତି କଥା କହିବେ l ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ଲାଗୁଛି ଯେମିତି ଏଗୁଡିକ ବର୍ତମାନ ତିଆରି ହୋଇଛି l

ନବାବଙ୍କ ବଂଶଜ କହିଛନ୍ତି ଯେ ଏହି ପେଣ୍ଟିଙ୍ଗ ଗୁଡିକ ଏହି କୋଠୀର ଶୋଭା ମଣ୍ଡିତ କରୁଛି l ନବାବଙ୍କ ବଂଶଜ ଓ ପୂର୍ବ ମନ୍ତ୍ରୀ ନବାବ କାର୍ଜିମ ଅଲି କହିଛନ୍ତି ଅଧିକାଂଶ ପେଣ୍ଟିଙ୍ଗ ରାଜା ଅଲି ଖାନଙ୍କ ସମୟରେ ତିଆରି ହୋଇଛି l ଯେତେବେଳେ କୋର୍ଟରେ ପିଟିସନ ଦାୟର ହୋଇଥିଲା ସେତେବେଳେ ଆମେ ଏକ ତାଲିକା ପ୍ରସ୍ତୁତ କରି ଦେଇଥିଲୁ l ଏଥିରେ ବିଭିନ୍ନ ପ୍ରକାରର ପେଣ୍ଟିଙ୍ଗ ରହିଛି ଯାହାକୁ ନିଲାମ ଡାକିବା ସମୟରେ ତାର ମୂଲ୍ୟ ଧାର୍ଯ୍ୟ କରାଯିବ l ସେ କହିଛନ୍ତି ଏହି ପେଣ୍ଟିଙ୍ଗ ଗୁଡିକର ମୂଲ୍ୟ ୨୩ କୋଟୀରୁ ଅଧିକ ହେବ l ୨୦୦ ବଖରା ବିଶିଷ୍ଟ ଏହି ମହଲଟି ୫୫ ଏକର ଜମିରେ ତିଆରି ହୋଇଛି l

Leave A Reply