Odisha news

ଯଦି ଅଣ୍ଟାର ତଳ ପାର୍ଶ୍ୱରେ ଯଦି ଯନ୍ତ୍ରଣା ହେଉଛି ଅଣଦେଖା କରନ୍ତୁ ନାହିଁ

0

ଅଣ୍ଟା ଯନ୍ତ୍ରଣା ସମସ୍ୟା ପ୍ରତିଟି ମଣିଷଙ୍କର ପ୍ରାୟତଃ ଦେଖା ଯାଇଥାଏ l ଏହାକୁ ଅଣଦେଖା କରିବା ଉଚିତ ନୁହେଁ l ଏହା ଗମ୍ଭୀର ପରିସ୍ଥିତି ଆଡକୁ ଯିବା ପୂର୍ବରୁ ଅଟକାଇବା ଆବଶ୍ୟକ l ଆଜିକାଲି ଏହା ୧୦ ରୁ ୧୨ ଘଣ୍ଟା କମ୍ପ୍ୟୁଟର ରେ ବସି କାମ କରିବା ଦ୍ୱାରା ବିଶେଷ ଭାବରେ ଏହି ସମସ୍ୟା ଦେଖା ଯାଉଛି l ତେଣୁ ଆସନ୍ତୁ ଆଜି ଜାଣିବା ଅଣ୍ଟା ଯନ୍ତ୍ରଣାର କାରଣ ଗୁଡିକ କଣ l

ଅଣ୍ଟା ଯନ୍ତ୍ରଣା ସହିତ ଯୋଡି ହୋଇଥିବା କାରଣ ଗୁଡିକ କଣ ?

* ଲୋୟର ବ୍ୟାକ ପେନ ର କାରଣ ୯୦ ପ୍ରତିଶତ ମାମଲା ସର୍ଜରୀ ର କୌଣସି ଆବଶ୍ୟକତା ନାହିଁ l ଠିକ ଭାବରେ ଖାଦ୍ୟ, ଆବଶ୍ୟକୀୟ ବ୍ୟାୟାମ ଓ ଠିକ ଭାବରେ ବସିବା ଶୈଳୀ କୁ ନେଇ ଅଣ୍ଟା ଯନ୍ତ୍ରଣା ଠିକ କରାଯାଇ ପାରିବ l

* ୩୫ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ଲୋକ ମାନଙ୍କର ଲୋୟର ବ୍ୟାକ ପେନ ଦେଖିବାକୁ ମିଳୁଛି l

* ଲୋୟର ବ୍ୟାକ ପେନ ପାଇଁ ସବୁବେଳେ ଡିସ୍କ ରେ ଅସୁବିଧା ନୁହେଁ l ଅଧିକାଂଶ ରୋଗୀଙ୍କ ନିକଟରେ ସ୍ପାଇନ ପ୍ରୋବ୍ଲେମ କାରଣରୁ ଦେଖା ଯାଇଥାଏ l ଯାହାକି ଠିକ ନୁହେଁ l

* ଯଦି ଏହି ଯନ୍ତ୍ରଣା ଦୀର୍ଘ ସମୟ ଧରି ଦେଖା ଯାଇଥାଏ ତେବେ ଏହା ରୋଗୀ ମାନଙ୍କ ପାଇଁ ଏଙ୍ଗଜାଇଟି ଓ ଡିପ୍ରେସନ ର କାରଣ ହୋଇଥାଏ l

* ସେହି ଲୋକମାନଙ୍କ ନିକଟରେ ଲୋୟର ବ୍ୟାକ ପେନ ଅଧିକ ଦେଖା ଯାଇଥାଏ ଯେଉଁମାନେ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସି କାମ କରି ଥାଆନ୍ତି l

* ସେକ ଓ ମାଲିସ ଦ୍ୱାରା ଲୋୟର ବ୍ୟାକ ପେନ କୁ ଠିକ କରାଯାଇ ପାରିବ l ଏହି ସମସ୍ୟାର କୌଣସି ନିର୍ଦ୍ଧିଷ୍ଟ ସମାଧାନ ନାହିଁ l କିନ୍ତୁ ଆପଣ ଚାହିଁଲେ ନିଜ ଜୀବନ ଶୈଳୀ ରେ କିଛି ପରିବର୍ତନ ଆଣି ନିଜକୁ ସୁସ୍ଥ ରଖିବାକୁ ଚେଷ୍ଟା କରି ପାରିବେ l

* ଯଦି ଏହି ଯନ୍ତ୍ରଣା ବଢ଼ିଯିବ ତେବେ ଆଗକୁ ଅସୁବିଧା ହେବାର ସମସ୍ୟା ଦେଖା ଯାଇଥାଏ l ତେଣୁ କିଛିଟା ନିୟମ ମାନିବା ଆବଶ୍ୟକ –

– ବସିବା ଶୈଳୀ ସର୍ବଦା ଠିକ ରଖିବା ଉଚିତ l

– ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସିବା ଉଚିତ ନୁହେଁ l

– ଯଦି ନିୟମିତ ଅଂଟା ପାଇଁ କିଛିଟା ବ୍ୟାୟାମ କରିବେ ତେବେ ଏହା ଆରାମ ଦେବ l

– ଓଜନ ହ୍ରାସ କରି ଗୋଟିଏ ନିର୍ଦ୍ଧିଷ୍ଟ ଓଜନ ର ରୁହନ୍ତୁ l

– ଫ୍ୟାଟି ଫୁଡ ଠାରୁ ଦୁରେଇ ରୁହନ୍ତୁ ଓ ପ୍ରତିଦିନ ପ୍ରାତଃ ଭ୍ରମଣ ଠିକ ସମୟ ରେ କରନ୍ତୁ l କାରଣ କୋଷ୍ଠ କାଠିନ୍ୟ ସମସ୍ୟା ରହିଲେ ମଧ୍ୟ ଅଣ୍ଟା ଯନ୍ତ୍ରଣା ଦେଖା ଯାଇଥାଏ l

Leave A Reply