ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଏହିସବୁ ଖାଦ୍ୟ ରାମବାଣ ଅଟେ ; ଏହିପରି ନିୟମିତ ସେବନ କରନ୍ତୁ ଓ ଗଣ୍ଠି ଯନ୍ତ୍ରଣା ରୁ ଆରାମ ପାଆନ୍ତୁ
ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପ୍ରାୟ ଦେଖାଯାଏ । ଏହି ଯନ୍ତ୍ରଣା ର ମାତ୍ରା ଏତେ ଅଧିକ ହୋଇ ଯାଇ ଥାଏ ଯେ ବିଶେଷ ଭାବରେ ଏହି ସମସ୍ୟା ମହିଳା ମାନଙ୍କ ନିକଟରେ ଦେଖା ଦେଇଥାଏ। ଯାହା ଆଜିକାଲି ପ୍ରାୟ ସମସ୍ତ ମହିଳାଙ୍କ ନିକଟ ରେ ଦେଖିବାକୁ ମିଳୁଛି।
୧) ରସୁଣ -:
ଅନେକ ବର୍ଷରୁ ରସୁଣ କୁ ଆୟୁର୍ବେଦ ର ଉପଚାର ପାଇଁ ବ୍ୟବହାର କରାଯାଉଛି । ରସୁଣ ରେ ଥିବା ପ୍ରାକୃତିକ ତତ୍ତ୍ଵ ମଣିଷକୁ ବିଭିନ୍ନ ରୋଗରୁ ଦୂରେଇ ରଖିଥାଏ। କୁହାଯାଏ ଯେ ଯଦି ଜଣେ ବ୍ୟକ୍ତି ନିୟମିତ ରସୁଣ ସେବନ କରିବ କିଛିଦିନ ପରେ ଗଣ୍ଠି ଯନ୍ତ୍ରଣା ଆପେ ଆପେ ଦୂରେଇ ଯିବ । ତେଣୁ ଗଣ୍ଠି ଯନ୍ତ୍ରଣା ରୁ ରକ୍ଷା ପାଇବା ପାଇଁ ନିୟମିତ ସକାଳୁ ଉଷୁମ୍ ପାଣି ଓ ରସୁଣ ସେବନ କରନ୍ତୁ
।
୨) ପିପର ମିଣ୍ଟ ତେଲ :-
ଆମେ ଗଣ୍ଠି ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ଅନେକ ପ୍ରକାରର ତେଲ ର ବ୍ୟବହାର କରିଥାଉ । କିନ୍ତୁ ଆମେ ଯଦି ଦିନକୁ ଦୁଇଥର ପିପର୍ ମିଂଟ ତେଲ ସହିତ ନଡ଼ିଆ ତେଲ କୁ ମିଶାଇ ସାମାନ୍ୟ ଉଷୁମ୍ କରି ଲଗାଇବେ ତେବେ ବିଭିନ୍ନ ପ୍ରକାରର ହାଡ଼ ଜନିତ ସମସ୍ୟା ଦୂର ହେବ ।
୩) ଭିଟାମିନ ଡି:-
ପ୍ରାୟତଃ ମହିଳା ମାନଙ୍କ ନିକଟରେ ଆଣ୍ଠୁ ଗଣ୍ଠି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ତେଣୁ ଏହାକୁ ନେଇ ହୋଇଥିବା ଗବେଷଣା ଅନୁସାରେ ଭିଟାମିନ ଡି କମିବା ଦ୍ଵାରା ମଧ୍ୟ ଏପରି ଯନ୍ତ୍ରଣା ଅନୁଭୂତ ହୋଇଥାଏ । ତେଣୁକରି ଭିଟାମିନ ଡି ଯୁକ୍ତ ଖାଦ୍ୟ ନିହାତି ଖାଇବା ଜରୁରୀ ଅଟେ ।
୪) ଅମୃତଭଣ୍ଡା :-
ପାଚିଲା ଅମୃତଭଣ୍ଡା ଆଁଠୁଗନ୍ଥି ଯନ୍ତ୍ରଣା ପାଇଁ ଖୁବ୍ ହିତକର । ତେଣୁ ନିୟମିତ ପାଚିଲା ଅମୃତଭଣ୍ଡା କିଛି କିଛି ପରିମାଣ ରେ ଖାଇବା ଉଚିତ୍। ଏଥିରେ ଥିବା ତତ୍ତ୍ଵ ଯେ କୌଣସି ଯନ୍ତ୍ରଣା ଠାରୁ ଦୂରେଇ ରଖିଥାଏ ।