ନୂଆଦିଲ୍ଲୀ : ଜାପାନ ର ଜଣେ କୋଟିପତି ବ୍ୟବସାୟୀଙ୍କ ଯୁବା ପତ୍ନୀଙ୍କ ଉପରେ ଆରୋପ ଲାଗିଛି ଯେ ସେ ତାଙ୍କ ସ୍ୱାମୀଙ୍କୁ ଜହର ଦେଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ଏବଂ ତାଙ୍କୁ ଗିରଫ କରାଯାଇଛି l ୨୫ ବର୍ଷୀୟା ସାକୀ ସୁଡୋ ଙ୍କ ଉପରେ ଆରୋପ ଲାଗିଛି ଯେ ସେ ତାଙ୍କର ୭୭ ବର୍ଷୀୟ ସ୍ୱାମୀ ଡ଼ନ ଯୁଆନ ଙ୍କୁ ହତ୍ୟା କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ବିଭାହ କରିବାର ୩ମାସ ମଧ୍ୟରେ ବିଶ୍ୱ ଦେଇ ହତ୍ୟା କରିଥିଲେ l
ଯୁଆନ ଜାପାନ ର ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କ ମଧ୍ୟରେ ଜଣାଶୁଣା l ତାଙ୍କର ରିଆଲି ଇଷ୍ଟେଟ ଓ ମଦର ବ୍ୟବସାୟ ରହିଛି l ସେ ଯେତେବେଳେ ମୃତ୍ୟୁ ବରଣ କରିଥିଲେ ତାଙ୍କ ଶରୀରରେ ଭୟଙ୍କର ବିଷାକ୍ତ ଦ୍ରବ୍ୟ ଥିବାର ନଜର ଆସିଥିଲା l ସେ ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀଙ୍କ ସହିତ ରହିଥିଲେ l ସେ ୨୦୧୬ ରେ ନିଜର ଅଟୋ ବାୟୋଗ୍ରାଫି ଛାପି ଥିଲେ, ସେଥିରେ ସେ ଲେଖିଥିଲେ ଯେ ତାଙ୍କ ଜୀବନ କାଳ ମଧ୍ୟରେ ସେ ୪ ହଜାର ମହିଳାଙ୍କ ସହିତ ସମ୍ବନ୍ଧ ରଖି ସାରିଛନ୍ତି ଓ ସେ ଏହି ମହିଳା ମାନଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜକୁ ଗୋଟିଏ ପ୍ଲେ ବଏ ଭାବରେ ଦେଖନ୍ତି l ପୋଲିସ କେସର ଅନୁସନ୍ଧାନ କଲା ପରେ ଜାଣିବାକୁ ପାଇଥିଲା ଯେ ତାଙ୍କୁ ବିଶ୍ୱ ଦିଆଯାଇ ମରାଯାଇଛି l ତାଙ୍କ ପତ୍ନୀ ଇଣ୍ଟରନେଟ ରେ ଜହର ବିଷୟରେ ଖୋଜ କରିଥିଲେ ଓ ନିଜ ସ୍ୱାମୀଙ୍କୁ ଦେଇଥିଲେ l