Odisha news

ଚୌଦ୍ୱାର ଓପିଟିସିଏଲ ଗ୍ରୀଡ୍‌ରେ ଭୟଙ୍କର ବିସ୍ପୋରଣ ଓ ଅଗ୍ନିକାଣ୍ଡ

ଚୌଦ୍ୱାରସ୍ଥିତ ଓପିଟିସିଏଲ୍ ଗ୍ରୀଡ୍‌ରେ ହୋଇଛି ଭୟଙ୍କର ବିସ୍ପୋରଣ ଓ ଅଗ୍ନିକାଣ୍ଡ । ଶୁକ୍ରବାର ସନ୍ଧ୍ୟା ରେ ଗ୍ରୀଡ ମଧ୍ୟରେ ହୋଇଥିଲା ଏହି ବିସ୍ପୋରଣ । ଗ୍ରୀଡ ମଧ୍ୟରେ ଥିବା ବ୍ରେକର ଲିମ୍‌ରେ ହୋଇଥିଲା ବିସ୍ପୋରଣ । ବିସ୍ପୋରଣ ଏତେ ତୀବ୍ର ଥିଲା ଯେ ପ୍ରାୟ ଦୁଇଶହ ମିଟର ଉଚ୍ଚକୁ ନିଆଁ ସ୍ପୁଲିଙ୍ଗ ଉଠିଥିଲା । ଏହି ଲିମର ଉପର ଭାଗଟି ପ୍ରାୟ ୩ଶହ ମିଟର ଦୂରରେ ପଡିଥିଲା । ବିସ୍ପୋରଣ ପରେ ଲିମ୍‌ଟି ତୀବ୍ର ଗତିରେ ଜଳି ଉଠିଥିଲା । ପରେ ସମଗ୍ର ଅ ଳରେ ବିଦ୍ୟୁତ ଚାଲିଯାଇ ଅନ୍ଧାର ହୋଇଯାଇଥିଲା । ଗ୍ରୀଡ କର୍ମଚାରୀମାନେ ତତ୍‌କ୍ଷଣାତ  ରାସାୟନିକ ଗ୍ୟାସ ସାହାଯ୍ୟରେ ନିଆଁକୁ ଆୟତ କରିବାକୁ ଉଦ୍ୟମ କରି ଗ୍ରିଡ ମଧ୍ୟରେ ଲିମ୍‌କୁ ଛାଡି ଅନ୍ୟସ୍ଥାନରେ ଲାଗିଥିବା ଅଗ୍ନିକୁ ଆୟତ କରିନେବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଗ୍ରୀଡ ତଥା ଚୌଦ୍ୱାର ସହର ରକ୍ଷା ପାଇଥିଲା । ଗ୍ରୀଡ ଚତୁଃପାଶ୍ୱର୍ରେ ଜନବସତି ଥିବାରୁ ଅଧିକ ନିଆଁ ଲାଗିଥିଲେ ଅନ୍ୟ ଲିମ୍ ଓ ଟ୍ରାନ୍ସଫର୍ମର ଗୁଡିକ ମଧ୍ୟ ବିସ୍ପୋରିତ ହୋଇଥାନ୍ତା

Comments are closed.