Odisha news

‘ଭରୋସା’ ହେଲପଲାଇନ୍‌ ଶୁଭାରମ୍ଭ

0

ଭୁବନେଶ୍ୱର: ମହାମାରୀ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା ପାଇଁ ବିଶ୍ୱର ସବୁ ଦେଶର ସରକାର ଜୋରସୋର ପ୍ରସ୍ତୁତି ବି ଆରମ୍ଭ କରି ସାରିଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ଯୁଦ୍ଧରେ ବିଜୟ ହାସଲ କରିବା ପାଇଁ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରକ୍ରିୟାମାନ ଆପଣା ଯାଉଛି। ଏହି କ୍ରମରେ ସୋମବାର କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶାଙ୍କ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନଲାଇନ୍‌ କାଉନସେଲିଂ ହେଲ୍‌ପଲାଇନ ‘ଭରୋସା’ର ଶୁଭାରମ୍ଭ ଆରମ୍ଭ କରିଛନ୍ତି। ଏହି ହେଲପ୍‌ଲାଇନ୍‌ର ଶୁଭାରମ୍ଭ ସମୟରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ଥିଲେ।

ତେବେ କୋଭିଡ-୧୯ ମହାମାରୀ ସମୟରେ ଶୁଭାରମ୍ଭ ହୋଇଥିବା ‘ଭରୋସା’ ହେଲପ୍‌ଲାଇନ୍‌ ଓଡ଼ିଶାର ବିଶ୍ୱବିଦ୍ୟାଳୟ / କଲେଜ ଛାତ୍ରମାନଙ୍କୁ ମାନସିକସ୍ତରରେ ସହାୟତା ପ୍ରଦାନ କରିବ। ଡାକ୍ତର, ମନୋବିଜ୍ଞାନୀ ଏବଂ ଶିକ୍ଷାବିତଙ୍କ ଏକ ଟିମ୍‌ ସାହାଯ୍ୟରେ ‘ଭରୋସା’ ହେଲ୍‌ପଲାଇନ କରୋନା-୧୯ ମହାମାରୀ ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ କଲେଜ ଏବଂ ୟୁନିଭରସିଟି ଛାତ୍ରଛାତ୍ରୀଙ୍କୁ ମାନସିକସ୍ତରରେ ସହାୟତା ପ୍ରଦାନ କରିବ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶାଙ୍କ ଆଜି ଏହି ହେଲ୍‌ପଲାଇନର ଶୁଭାରମ୍ଭ କରି କହିଛନ୍ତି।

Nalco
Leave A Reply