ଗରମ ଦିନରେ ଡିହାଇଡ୍ରେସନ୍ ହେବ ଏକ ସାଧାରଣ ସମସ୍ୟା l ଆଜି ଆମେ ଜାଣିବା ଗରମ ଦିନରେ ନିଜର ସ୍ୱାସ୍ଥ୍ୟର ଯତ୍ନ କିପରି ନେବା l
* ପ୍ରଚୁର ଫଳ ଖାଇବା ଆବଶ୍ୟକ -ଫଳରେ ପୋଷକ ତତ୍ୱ ଭରପୂର ମାତ୍ରାରେ ଥାଏ l ଗରମ ଦିନେ ଅଧିକ ଅଂଶ ଫଳ ଏପରି ମିଳେ ଯେଉଁଥିରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ଥାଏ ,ଯାହାକି ଶରୀରକୁ ହାଇଡ୍ରାଣ୍ଟ ରଖିଥାଏ l ଏହି ଋତୁରେ ତରଭୁଜ ,ଆମ୍ବ ,ଲିଚୁ ,କମଳା ଓ ପାଚିଲା ଅମୃତ ଭଣ୍ଡା ଆଦି ଫଳ ଦେଖିବାକୁ ପାଉ l ଯାହାକୁ ଆମେ ଅଧିକ ପରିମାଣରେ ଖାଇବା ଆବଶ୍ୟକ l
* ଅଧିକ ପରିମାଣରେ ପାଣି ପିଇବା ଜରୁରୀ -ଅନ୍ୟ ଦିନ ଅପେକ୍ଷା ଖରାଦିନେ ଅଧିକ ମାତ୍ରାରେ ପାଣିପିଇବା ଆବଶ୍ୟକ କାରଣ ଗରମ ର ପ୍ରଭାବରୁ ଶରୀରରୁ ଅଧିକ ପରିମାଣରେ ଝାଳ ନିର୍ଗତ ହୋଇଥାଏ l ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀର ହାଇଡ୍ରେଟେ ରହିବା ସହିତ ପାଚନ କ୍ରିୟା ଠିକ୍ ରେ ହୋଇଥାଏ l
* ତରଳ ପଦାର୍ଥ ଅଧିକ ସେବନ କରିବା ଜରୁରୀ -ଗରମ ଦିନେ ପାଣି ସହିତ ବିଭିନ୍ନ ପ୍ରକାରର ତରଳ ପଦାର୍ଥ ମଧ୍ୟ ପିଇବା ଆବଶ୍ୟକ l ଯେପରି ଫଳରସ ,ଲସି ,ଲେମ୍ବୁ ସର୍ବତ ଓ ଦହି ପାଣି ଇତ୍ୟାଦି ପିଇଲେ ଆମକୁ ଫ୍ରେସ ଲାଗିବା ସହିତ ଶରୀରକୁ ଥଣ୍ଡା ରଖିଥାଏ l ବଜାରରେ ମିଳୁଥିବା କୃତ୍ରିମ ଥଣ୍ଡା ପାନୀୟ ଆଦୌ ପିଇବା ଉଚିତ ନୁହେଁ ଏହା ଦେହ ପାଇଁ କ୍ଷତିକାରକ ଅଟେ l