Odisha news

ନୟାଗଡ଼ : ବଜ୍ରାଘାତରେ ଜଳିଗଲେ ଗୋପାଳକ, ସରାକରୀ ସହାୟତା ଦାବି

0

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶିଆ ଗାଁରେ ଜଣେ ଗୋପାଳକଙ୍କର ବଜ୍ରାଘାତରେ ମୃତୁ୍ୟ ହୋଇଛି । ମୃତକଙ୍କ ନାମ ଲିଙ୍ଗରାଜ ବେହେରା(୪୮) । ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଲିଙ୍ଗରାଜ ନିଜ ଗାଁ ନିକଟସ୍ଥ ଜମିରେ ଗାଇ ଗୋଠ ଚରାଉ ଥିଲେ । କାଳବୈଶାଖୀ ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ରହିଥିବା ସାଙ୍ଗକୁ ଆକସ୍ମିକ ବଜ୍ରାପାତ ହୋଇଥିଲା ।

ସେଥିରେ ଲିଙ୍ଗରାଜଙ୍କର ମୃତୁ୍ୟ ହୋଇଥିଲା । ସେତିବେଳେ ଅନ୍ୟ କେତେକ ଲୋକ ଜମିରେ କାମ କରୁଥିଲେ । ହେଲେ ଲିଙ୍ଗରାଜ ଛିଡା ହୋଇଥିବା ଏକ ଜମିର ହୁଡ଼ା ଉପରେ ବଜ୍ରାପାତ ହୋଇଥିଲା । ସେଥିରେ ଲିଙ୍ଗରାଜଙ୍କ ଟଳିପଡ଼ିଥିଲେ ।

ବଜ୍ରାଘାତ ଏତେ ଶକ୍ତିଶାଳୀ ଓ ଭୟଙ୍କର ଥିଲା ଯେ ଲିଙ୍ଗରାଜ ପିନ୍ଧିଥିବା ବସ୍ତ୍ର ଓ ତାଙ୍କ ଶରୀର ନିଆଁରେ ଜଳି ଉଠିଥିଲା । ବଜ୍ରପାତ ପ୍ରଭାବରେ ଜମିର ହୁଡ଼ାର ମାଟି ପୋଡ଼ିପକାଇବା ସାଙ୍ଗକୁ ଏକ ବଡ଼ ଗର୍ତ ସୃଷ୍ଟି କରିଥିବା ଦେଖା ଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଭୟଭିତ ହୋଇ ପଡ଼ିଥିଲେ । ପରେ ଗାଁ ଲୋକେ ମୃତ ଶରୀର ଉଦ୍ଧାର କରିଥିଲେ ।

ମୃତ ଲିଙ୍ଗରାଜଙ୍କ ମରଶରୀ ଜିଲ୍ଲା ହ୍ପିଟାଲରେ ବ୍ୟବଚ୍ଛେଦ୍ଦ କରାଯାଇଛି । ମୃତକ ପରିବାରକୁ ସରକାରୀ ସୟାୟତା ପ୍ରଦାନ ଲାଗି ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷେ ବଜ୍ରାଘାତ ପ୍ରଭାବରେ ଶରଣକୁଳ ଅଞ୍ଚଳର ବହୁ ବୈଦୁ୍ୟତିକ ଉପକରଣ ଟିଭି, ଫ୍ରିଜ ଓ ପାଣି ମୋଟର ଆଦି ପୋଡ଼ିଯାଇଥିବା ଖବର ମିଳିଛି ।

Leave A Reply