ଖାଦ୍ୟରେ ଓ଼ମେଗା 3 ଅଏଲ କମିବା ଦ୍ୱାରା ମଣିଷଙ୍କ ଆୟୁଷ କମି ଯାଇପାରେ l ଏହା ସିଗାରେଟ ପିଇବା ଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇପାରେ l ଗୋଟିଏ ନୂଆ ଗବେଷଣାରେ ଏହି ବିଷୟରେ କୁହାଯାଇଛି l ମାଛ ଓ଼ମେଗା 3 ର ଗୋଟିଏ ଭଲ ସ୍ରୋତ ଅଟେ l ଗବେଷକ ମାନଙ୍କ ମତରେ ଆମକୁ ଉଚିତ ମାତ୍ରାରେ ନିଜ ଖାଦ୍ୟରେ ଓ଼ମେଗା 3 କୁ ସାମିଲ କରିବା ଆବଶ୍ୟକ l
*ଏହି ଗବେଷଣା ରେ ଗବେଷକ ମାନେ ଜାଣିବାକୁ ପାଇଛନ୍ତି ଯେ ଧୁମ୍ରପାନ ଦ୍ୱାରା ମଣିଷର ଆୟୁ ପାଖାପାଖି ୪ବର୍ଷ କମି ଯାଇଥାଏ l ଯେବେକି ସାଲମନ ଓ ମେକେରେଲ ତେଲିଆ ମାଛରେ ମିଳୁଥିବା ଫ୍ୟାଟି ଏସିଡ ର କମି ଦ୍ୱାରା ମଣିଷର ବୟସ ୫ବର୍ଷ ପର୍ଯ୍ୟନ୍ତ କମି ଯାଇଥାଏ l
* ମାଛ ତେଲକୁ ହାର୍ଟ ପାଇଁ ଖୁବ ଭଲ ବୋଲି କୁହାଯାଏ l ଏହା ରକ୍ତ ଜମାଟ ବାନ୍ଧିବା ସମସ୍ୟାରୁ ମଧ୍ୟ ଦୁରେଇ ରଖିଥାଏ l ଗବେଷକ ମାନଙ୍କ ମତରେ ଖାଦ୍ୟରେ ୮ ପ୍ରତିଶତ କିମ୍ବା ତା ଠାରୁ ଅଧିକ ଓ଼ମେଗା 3 ଶରୀର ପାଇଁ ହିତକର l
* ଗବେଷଣାରେ କୁହାଯାଇଛି ଯେ ଫ୍ୟାଟି ଏସିଡ ଶରୀରର ଲିପିଡ଼ ଲେବଲ କୁ , ରକ୍ତ ଚାପ ,ଇତ୍ୟାଦି ପାଇଁ ଖୁବ ହିତକର ଅଟେ l ଏଥିରେ କୁହାଯାଇଛି ଯେ ଓ଼ମେଗା 3 ଶରୀର ପାଇଁ ଖୁବ ମହତ୍ଵପୁର୍ଣ l ଯେଉଁ କାରଣରୁ ଆମେ ଦୀର୍ଘାୟୁ ହୋଇ ପରିବା l
* ଏହି ଗବେଷଣା ଦ୍ୱାରା ଜଣା ପଡିଛି ଯେ ନିଜ ଖାଦ୍ୟ ସହିତ ତମ୍ବାଖୁ , ସିଗାରେଟ , ମଦ ଇତ୍ୟାଦି ଦ୍ୱାରା ମୃତ୍ୟୁ ଦର ଅଧିକ ବଢିଥାଏ l ଏହାକୁ ଓମେଗା 3 ଫ୍ୟାଟି ଏସିଡ ଦୁରେଇ ଥାଏ l ଏହାର ଅର୍ଥ ନୁହେଁ ଯେ ଆମେ ମାଦକ ଦ୍ରବ୍ୟ ସେବନ କରି ଓ଼ମେଗା 3 ଫ୍ୟାଟି ଏସିଡ ସେବନ କରିବା ,ଏହାର ଅର୍ଥ ଆମେ ନିଶାଦ୍ରବ୍ୟ ଠାରୁ ନିଜକୁ ଦୁରେଇ ରଖି ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବା l
* ୨୦୧୮ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ୨୫୦୦ ଲୋକଙ୍କୁ ନେଇ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣାପଡିଥିଲା ଯେ ଓ଼ମେଗା 3 ଫ୍ୟାଟି ଏସିଡ ସେବନ କରୁଥିବା ବ୍ୟକ୍ତି ମାନଙ୍କର ମୃତ୍ୟୁ ହାର ୩୩ ପ୍ରତିଶତ କମ ଦେଖିବାକୁ ମିଳିଥିଲା l ଗବେଷକ ମାନଙ୍କ ମତରେ ସାଲମନ ଓ ମେକେରେଲ ଭଳି ମସିହାରୁ ଉଚ ମାତ୍ରାରେ ଓ଼ମେଗା 3 ମିଳିଥାଏ ଯାହା ମଣିଷ ମାନଙ୍କ ପାଇଁ ନିହାତି ଆବଶ୍ୟକ l

Comments are closed.