Odisha news

ଏହିସବୁ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ଓ ଦୀର୍ଘାୟୁ ହୁଅନ୍ତୁ

ସମସ୍ତେ ଜାଣିଛନ୍ତି ସୁସ୍ଥ ଭୋଜନ ଆମ ଶରୀର ପାଇଁ ଖୁବ ଆବଶ୍ୟକ l କିନ୍ତୁ ଆପଣ କଣ ଜାଣିଛନ୍ତି କି ପ୍ରକାରର ଭୋଜନ ସୁସ୍ଥ ହୋଇଥାଏ ଓ ତାହାକୁ ନିଜ ଆହାରରେ ସାମିଲ କରିବା ଆବଶ୍ୟକ l ମାନବ ଶରୀର କାମ କରିବା ପାଇଁ ଅନେକ ଭିଟାମିନ ଓ ମିନେରାଲ ଆବଶ୍ୟକ l  ଅଲଗା ଅଲଗା ଭୋଜନକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇ ରଖାଯାଇଛି l କିନ୍ତୁ ସମସ୍ୟା ଏହା ଅଟେ ଯେ ଖାଦ୍ୟ ପଦାର୍ଥ ରୁ ସବୁକିଛି ଆମକୁ ମିଳି ନଥାଏ l ତେଣୁ କିପରି ଆମକୁ ଗୋଟିଏ ଭରପୁର ମାତ୍ରାର ପୋଷକତତ୍ୱ ଯୁକ୍ତ ଏହାର ମିଳିବ ତାହା ହାବାର୍ଡ ଗବେଷକ ମାନେ କହିଛନ୍ତି l

ବିଶେଷଜ୍ଞ ମାନଙ୍କ ମତରେ ଗୋଟିଏ ମିଲ୍ସ ରେ ପନିପରିବା ଯୁକ୍ତ ତରକାରୀ ,ଫଳ , ଶସ୍ୟ ଜାତୀୟ ଖାଦ୍ୟ ,ହେଲଦି ଫ୍ୟାଟ ଓ ହେଲଦି ପ୍ରୋଟିନ ଖାଇବା ଆବଶ୍ୟକ l ନିଜକୁ ଆକ୍ଟିଭ ରଖିବା ପାଇଁ ସୁସ୍ଥ ଭୋଜନ ନିହାତି ଆବଶ୍ୟକ l

* ବିଶେଷଜ୍ଞ ମାନଙ୍କ ମତରେ ନିରୋଗୀ ରହିବା ପାଇଁ ସୁସ୍ଥ ଖାଦ୍ୟ ଆବଶ୍ୟକ l ମଣିଷ ସୁସ୍ଥ ରହିଲେ ଦୀର୍ଘାୟୁ ହୋଇ ପାରିବ l ଆପଣଙ୍କ ଥାଳିରେ ରୁଟି , ଉଷୁନା ଭାତ ଇତ୍ୟାଦି ଖାଇବା ଉଚିତ l ଗୋଟିଏ ଅଧୟନରୁ ଜଣା ପଡିଛି ଯେ ଶସ୍ୟ ଜାତୀୟ ଜିନିଷ ଯେତେ ଅଧିକ ଖାଇବା ଟାଇପ 2 ମଧୁମେହ ସମ୍ଭାବନା ରହିବ ନାହିଁ , ସେଥିପାଇଁ ଦଲିଆ ଗୋଟିଏ ଉପଯୁକ୍ତ ଖାଦ୍ୟ l

* ଆପଣ ନିଜ ଖାଦ୍ୟରେ ଯେତେ ଅଧିକ ପରିମାଣରେ ଫଳ ଓ ପନିପରିବା ସାମିଲ କରିବା ଆବଶ୍ୟକ l ନିଜ ମଧ୍ୟାହ୍ନ ଭୋଜନରେ ସବୁଜ ମଟର , ବିନ୍ସ ,ଡାଲି ଇତ୍ୟାଦି ଖାଆନ୍ତୁ l ଧ୍ୟାନ ଦିଅନ୍ତୁ ଆଳୁ ଓ ଫ୍ରେଞ୍ଚ ଫ୍ରାଏ କୁ ଖାଦ୍ୟ ଭାବରେ ଗଣିବେ ନାହିଁ l ଏହାଦ୍ୱାରା ରକ୍ତ ଶର୍କରା ସ୍ତରରେ ଏପଟ ସେପଟ ହେବା  ଦେଖାଯିବ l

* ମିଠା ପାନୀୟ ଠାରୁ ଦୁରେଇ ରୁହନ୍ତୁ l ଆପଣ ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ ର ରସ ଯେପରି ଫଳ ରସ କିମ୍ବା ଫଳ ଖାଇବା ଆବଶ୍ୟକ l ଯଦି ଆପଣ ଫଳରସ ପିଉଛନ୍ତି ତେବେ ଗୋଟିଏ ଗ୍ଲାସ ରୁ ଅଧିକ ପିଅନ୍ତୁ l

* ବିଶେଷଜ୍ଞ ମାନଙ୍କ ମତରେ ନିଜର ଭୋଜନ ଥାଳିରେ ଏକ ଚତୁର୍ଥାଂଶ ପ୍ରୋଟିନ ରହିବା ଆବଶ୍ୟକ l ଏହା ଆପଣଙ୍କୁ ବିନ୍ସ , କୁକୁଡ଼ା ମାଂସ ଓ ବିଭିନ ଡ୍ରାଏ ଫ୍ରୁଟସ ରୁ ମିଳିଯିବ l କିନ୍ତୁ ରେଡ ମିଟ ନଖାଇବା ଉଚିତ l

* ସୁସ୍ଥ ରହିବା ପାଇଁ ଓଜନ ନିୟନ୍ତ୍ରିତ କରନ୍ତୁ l ସେଥିପାଇଁ ଆକ୍ଟିଭ ରହିବା ଆବଶ୍ୟକ l ହାବାର୍ଡ ଗବେଷକ ମାନଙ୍କ ଅନୁସାରେ ସବୁ ବୟସର ଲୋକଙ୍କ ପାଇଁ ନିଜକୁ ଆକ୍ଟିଭ ରଖିବାକୁ ହେଲେ ବ୍ୟାୟାମ ଓ ଯୋଗାସନ ନିହାତି ଆବଶ୍ୟକ l କାରଣ ବ୍ୟାୟାମ ମାନସିକ ଓ ଶାରୀରିକ ସ୍ଥିତି କୁ ଠିକ ରଖିଥାଏ l

Nalco

Comments are closed.