Odisha news

ବାଙ୍ଗାଲୋରରେ ଓଡ଼ିଆ ସାହିତ୍ୟ ସମାଜର ନାଟ୍ୟ ଅଧ୍ୟାୟ ୨୦୨୫ ପାଳିତ

0
ଜୀବନ ରେଖା ଥିଏଟର ଗ୍ରୁପ୍‌ ଭୁବନେଶ୍ୱର ଓ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସହଭାଗିତାରେ ବେଙ୍ଗାଲୁରୁରେ ଓଡ଼ିଆ ନାଟକର ନୂତନ ସୁଗନ୍ଧ — “କଫି କଥା କବିତା” ଓ “ତା ମା ର କାହାଣୀ” ସମର୍ଥନମ୍ ଥିଏଟର, HSR Layout, ଠାରେ ମଞ୍ଚସ୍ଥ ହୋଇଯାଇଛି। ନିର୍ଦ୍ଧେଶକ ଶ୍ରୀଯୁକ୍ତ ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ଓ ଲିଖିତ ଅନେକ ସଫଳ ଲୋକପ୍ରିୟ ନାଟକ ମଧ୍ୟରୁ ଏହି ଦୁଇଟି ଅନ୍ୟତମ।
ପ୍ରବାସୀ ଓଡିଆଙ୍କ ଭିତରେ ବିଛକ ଓଡ଼ିଆ କାହାଣୀ ଓ ଓଡ଼ିଆ ଥିଏଟର ପାଇଁ ଏହା ଥିଲା ଏକ ସ୍ଵତନ୍ତ୍ର ସ୍ଥାନ ପ୍ରସ୍ତୁତି ପାଇଁ ବାଙ୍ଗାଲୋରରେ ଏକ ପ୍ରଚେଷ୍ଟା । ଏଥିରେ ଦେଉଥିଲେ
ତାପସ ରାଜ୍ ମହାରଣା, ସ୍ୱପ୍ନା କୁମାର୍, ଜୟ ଚନ୍ଦ୍ର ମୁନି, ଲୋପାମୁଦ୍ରା ପରିଡ଼ା, ବିଭୁ ବଳ, ଦେବିଦତ୍ତ ସେଠୀ,
ଚିତ୍ରଲେଖ ପାଢ଼ୀ, ଜୀବନ, ସବ୍ୟସାଚୀ, ମଦନ ମୋହନ ରାଉତ ପ୍ରମୁଖ ।
କଫି, କଥା ଓ କବିତା: ଏକ କଫି କପ୍, ଏକ କଥାର ଆରମ୍ଭ, ଏକ କବିତାର ସ୍ଵର — ଏହି ତିନିଟି ମିଶି ସୃଷ୍ଟି କରିଛି ଜୀବନର ସୁନ୍ଦର ଅନୁଭୂତି — “କଫି କଥା କବିତା”। ସମ୍ପର୍କ କଣ କଫି କପ୍ ରେ ଢ଼ଳା ହେଇଥିବା କପେ କଫି ?   ଜୀବନ କଣ ଯାହାକୁ ଅମେ ସମସ୍ତେ ସହଜ ରେ ଦେଖୁ ଆଉ ସହଜ ରେ ବୁଝିଯାଉ?ଏହା କେବଳ ଏକ ନାଟକ ନୁହେଁ, ଏହା ହେଉଛି  ଆଧୁନିକ ସମୟର ଆତ୍ମସଂଘର୍ଷ ଓ ଅପ୍ରକାଶିତ ଭାବନାର ଏକ ସୁନ୍ଦର ସାହିତ୍ୟିକ ପ୍ରତିଛବି।
ତା ସହିତ ହେଉଛି ଆଉ ଗୋଟିଏ ହୃଦୟସ୍ପର୍ଶୀ ପ୍ରସ୍ତୁତି — “ତା ମା ର କାହାଣୀ”। ଏକ ମା ର ତ୍ୟାଗ କୁ ମାପିବା ପାଇଁ କଣ କିଛି ମାପକାଠି ଅଛି। ଯଦି ନାହିଁ କାଲି ଯେବେ ସେ ମା ରେ ଝିଅ କି ପୁଅ ପ୍ରମାଣ ମାଗେ ତା ତ୍ୟାଗ ର? କି ପ୍ରମାଣ ଦେବା ମା ଟି? ଏହି ନାଟକ ଏକ ମା’ ଓ ଝିଅ ଜୀବନର ମଧ୍ୟରେ ଥିବା ଅଦୃଶ୍ୟ ସମ୍ପର୍କକୁ ଆଲୋକିତ କରେ।
ଜୀବନ ରେଖା ଥିଏଟର ଗ୍ରୁପ୍‌, ଭୁବନେଶ୍ୱର ଏହି ଦୁଇଟି ନାଟକ ମାଧ୍ୟମରେ ଆଣୁଛି ଓଡ଼ିଆ ସଂସ୍କୃତି, ଭାଷା ଓ ଭାବନାର ଏକ ନୂଆ ସ୍ୱାଦ — ଯେଉଁଠି କଳା ଓ ଜୀବନ ଏକାଠି ହୋଇ ନୂତନ ଅନୁଭୂତି ସୃଷ୍ଟି କରେ।
ଏହା କେବଳ ଏକ ମଞ୍ଚ ଅଭିନୟ ନୁହେଁ, ଏହା ହେଉଛି ଓଡ଼ିଆ ଆତ୍ମାର ଏକ ପର୍ବ, ଯେଉଁଠି ଦର୍ଶକ ଅନୁଭବ କରିବେ ହାସି, ଆଂସୁ, ପ୍ରେମ ଓ ପ୍ରତିବିମ୍ବର ଏକ ସଂସାର। ଅଭିନୟରେ ଥିଲେ
କୀର୍ତ୍ତି ମହାନ୍ତି, ରୋହନ ୟାଦବ, ଶୀତଲ ପଟ୍ଟନାୟକ, ସମିତି ଭଞ୍ଜ, ଜୟ ମିଶ୍ର, ସିଦ୍ଧି ରଞ୍ଜନ ନାଗ, ସାଗର ମହାପାତ୍ର, ପ୍ରଭୁ ପ୍ରତୀକ ପଣ୍ଡା, ସିଦ୍ଧି ଶତପଥୀ ,ଶତଧା ନାୟକ ।
ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ର ସହଯୋଗ ରେ ଏହି ଦୁଇ ନାଟକ ମାଧ୍ୟମ ରେ ବେଙ୍ଗାଲୁରୁରେ ଥିବା ଓଡ଼ିଆ ମାନଙ୍କୁ ନିଜ ମାଟିର ଭାବ, ଭାଷା ଓ ସଂସ୍କୃତି ସହିତ ଯୋଡ଼ି ଦେବାର ଏକ ଚେଷ୍ଟା
Leave A Reply