Odisha news

ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟର କାର୍ଯ୍ୟକାରିଣୀ ବୈଠକ : ସଂଗ୍ରହାଳୟର ରକ୍ଷଣାବେକ୍ଷଣ ସହ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ପଦକ୍ଷେପ ନିଆଯିବ : ଜଳସମ୍ପଦ ମନ୍ତ୍ରୀ

0

ଭୁବନେଶ୍ୱର- ତା-୦୯.୦୪.୨୦୨୧ : ୨୦୨୧-୨୨ ବର୍ଷରେ ଓଡିଶା ନୋ÷÷ବାଣିଜ୍ୟ ସଂଗ୍ରହାଳୟର ପ୍ରଥମ କାର୍ଯ୍ୟକାରିଣୀ ବୈ÷ଠକ ଆଜି ଭୁବନେଶ୍ୱର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ସେଚ ସଦନ’ ସମ୍ମିଳନୀ କକ୍ଷରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଚୀନ ଓଡିଶାର ନୋ÷÷ବାଣିଜ୍ୟ ପରମ୍ପରାର ଅନନ୍ୟ ସ୍ମୃତି ବହନ କରୁଥିବା କଟକ ଯୋବ୍ରାସ୍ଥିତ ‘ଓଡିଶା ନୋ÷÷ବାଣିଜ୍ୟ ସଂଗ୍ରହାଳୟ’ର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସଂଗ୍ରହାଳୟର ବର୍ତମାନର ସ୍ଥିତି, ରକ୍ଷଣାବେକ୍ଷଣ ବ୍ୟବସ୍ଥା ଓ ଆଗାମୀ ଦିନରେ ଏଠାକୁ ଯେପରି ଅଧିକ ପର୍ଯ୍ୟଟକ ଓ ଦର୍ଶକ ଆସିବେ, ସେଥିପାଇଁ ଏହାକୁ ଆହୁରି ଆକର୍ଷଣୀୟ କରିବା ଓ ଏଠାରେ ଅଧିକ ସୁବିଧାସୁଯୋଗ ଉପଲବ୍ଧ ହେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ସମ୍ପର୍କରେ ବୈ÷ଠକରେ ଆଲୋଚନା ହୋଇଥିଲା । ସଂଗହାଳୟରେ ଥିବା ନୋ÷÷ବାଣିଜ୍ୟର ପ୍ରାଚୀନ ଏାତିହ୍ୟ, ଓା୍ୱର୍କସପ୍, ଆକ୍ୱାରିୟମର ମାଛ, ଭୁଲଭୁଲେୟା ଆଦି ଦର୍ଶକମାନଙ୍କ ପାଇଁ ମନଛୁଆଁ ହୋଇପାରୁଛି ।

ସଂଗ୍ରହାଳୟର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ପରିଚାଳନା ବ୍ୟବସ୍ଥା, ଏହାର ସୋ÷÷ନ୍ଦର୍ଯ୍ୟକରଣ ପାଇଁ ଅଧିକ ଆର୍ଥିକ ବ୍ୟବସ୍ଥା ସ୍ୱରୂପ କର୍ପସ ପାଣ୍ଠି ବୃଦ୍ଧି, ରାଜ୍ୟ ଯୋଜନାରେ ଆର୍ଥିକ ବ୍ୟବସ୍ଥା ତଥା ନିଦେ୍ର୍ଦଶକ ପଦବୀ ପୂରଣ ଆଦି ସମ୍ପର୍କରେ ଆଲୋଚନା କରାଯାଇ ଆଗତ ବିଭିନ୍ନ ପ୍ରସ୍ତାବ ପରବର୍ତୀ ସମୟରେ ନୋବାଣିଜ୍ୟ ସଂଗ୍ରାଳୟର ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈ÷ଠକରେ ଅନୁମୋଦନ କରାଯିବା ନେଇ ନିଷ୍ପତି ନିଆଯାଇଛି । ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ, ଡିଜାଇନ୍ ଇଂ ବାଲେଶ୍ୱର ନାଥ ସାହୁ, ଅଧିକ୍ଷଣ ଯନ୍ତ୍ରୀ ଇଂ ଚଣ୍ଡେଶ୍ୱର ବେହେରା, ମହାନଦୀ ସାଉଥ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ରାଜେଶ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକାରିଣୀ ବୈ÷ଠକରେ ତଥ୍ୟ ରଖିଥିଲେ ।

Leave A Reply